ଗୋଟିଏ ମୁଦ୍ରାର ଦାମ୍‌ ୭୧ କୋଟି, ବିଶ୍ୱାସ ହେଉଛି ତ!

କୌଣସି ଜିନିଷର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଟଙ୍କା ବ୍ୟବହାର କରାଯାଏ। ପ୍ରତ୍ୟେକ ନୋଟ୍‌ ବା ମୁଦ୍ରାର ଏକ ସ୍ୱତନ୍ତ୍ର ମୂଲ୍ୟ ରହିଛି। ଆମେ ଯେତିକି ଟଙ୍କା ଦେଉ ସେହି ମୂଲ୍ୟର ବସ୍ତୁ ପାଇଥାଉ। ମାତ୍ର କେତେକ ଏଭଳି ମୁଦ୍ରା ରହିଛି ଯାହାର କୌଣସି ମୂଲ୍ୟ ନଥାଏ। ଖାସ୍‌ କରି ପୂର୍ବକାଳର ମୁଦ୍ରାର କୌଣସି ନିର୍ଦ୍ଧାରିତ ମୂଲ୍ୟ ନଥାଏ। ପ୍ରାଚୀନକାଳରେ ସୁନା, ରୂପା, ତମ୍ବା ଆଦି ଧାତୁରେ ନିର୍ମିତ ମୁଦ୍ରା ପ୍ରଚଳିତ ଥିଲା। ବିଭିନ୍ନ ଦେଶର ବିଭିନ୍ନ ଆକାରର ମୁଦ୍ରାର ବିଶେଷତ୍ୱ ମଧ୍ୟ ଭିନ୍ନ ଭିନ୍ନ। ଏଣୁ ଏହି ମୁଦ୍ରା ପାଇଁ ଲୋକେ କୋଟି କୋଟି ଟଙ୍କା ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ତେବେ ଆସନ୍ତୁ ଜାଣିବା ସବୁଠାରୁ ଦାମୀ ମୁଦ୍ରା ସମ୍ପର୍କରେ…

୧. ଦ ଫ୍ଲୋଇଂ ହେୟର ସିଲଭର/କପର ଡଲାର

ନ୍ୟୁଜର୍ସିର ଏହା ଏକ ଦୁର୍ଲ୍ଲଭ ମୁଦ୍ରା। ୨୦୧୩ ମସିହାରେ ଏକ ନିଲାମୀରେ ଏହି ମୁଦ୍ରା ୧୦ ମିଲିୟନ୍‌ ଡଲାର ବା ୭୧ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଏହା ପ୍ରାଚୀନ ଓ ଦୁର୍ଲ୍ଲଭ ହୋଇଥିବାରୁ ଏତେ ଦାମ୍‌ରେ ବିକ୍ରି ହୋଇଥିଲା। ୧୭୯୪-୯୫ ମସିହାରେ ଏହି ମୁଦ୍ରାର ପ୍ରଚଳନ ହୋଇଥିଲା। ଏହି ମୁଦ୍ରା ୯୦ ପ୍ରତିଶତ ଚାନ୍ଦି ଓ ୧୦ ପ୍ରତିଶତ ତମ୍ବାରେ ତିଆରି। ଆମେରିକା ସଂଘୀୟ ସରକାର ଦ୍ୱାରା ଜାରି କରାଯାଇଥିବା ଏହା ପ୍ରଥମ ମୁଦ୍ରା। ଏହି ମୁଦ୍ରାକୁ ଏକତାର ପ୍ରତୀକ ମଧ୍ୟ କୁହାଯାଏ। ଏହାକୁ ରବର୍ଟ ସ୍କଟ ଡିଜାଇନ୍‌ କରିଥିଲେ।

୨. ୧୯୩୩ ଡବଲ ଇଗଲ

ଦାମୀ ମୁଦ୍ରା ମଧ୍ୟରେ ୧୯୩୩ ଡବଲ ଇଗଲ ଅନ୍ୟତମ। କାରଣ ଏହି ମୁଦ୍ରା ସୁନାରେ ନିର୍ମିତ। ପ୍ରଚଳନର ମାତ୍ର ବର୍ଷେ ପରେ ହିଁ ଏହାକୁ ବ୍ୟାନ୍‌ କରି ଦିଆଯାଇଥିଲା। ୨୦୦୨ ମସିହାରେ ଏହି ମୁଦ୍ରାର ନିଲାମୀ ହୋଇଥିଲା। ସେତେବେଳେ ଏହା ୭.୬ ମିଲିୟନ୍‌ ଡଲାର ବା ୫୩ କୋଟି ୯୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଏହି ମୁଦ୍ରାକୁ ଅଗଷ୍ଟ ସେଣ୍ଡଗଣ୍ଡେନ୍ସ ଡିଜାଇନ୍‌ କରିଥିଲେ।

୩.୧୩୪୪ ଏଡଓ୍ଵାର୍ଡ ତୃତୀୟ ଫ୍ଲୋରିନ୍‌:

ବିଶ୍ୱର ସବୁଠାରୁ ଦୁର୍ଲ୍ଲଭ ମୁଦ୍ରା ମଧ୍ୟରେ ୧୩୪୪ ଏଡଓ୍ଵାର୍ଡ ତୃତୀୟ ଫ୍ଲୋରିନ୍‌ ଗୋଟିଏ। ବର୍ତ୍ତମାନ ଏହାର ମାତ୍ର ୩ଟି ନମୁନା ଉପଲବ୍ଧ ଅଛି। ୧୩୪୪ରେ ଏଡଓ୍ଵାର୍ଡ ତୃତୀୟ ଫ୍ଲୋରିନ୍‌ ଏହାକୁ ଆରମ୍ଭ କରିଥିଲେ। ୨୦୦୬ରେ ଗୋଟିଏ ଏଡ୍‌ଓ୍ଵାଡ୍‌ର୍ ଫ୍ଲୋରିନ୍‌ର ନିଲାମୀ ହୋଇଥିଲା। ଅନ୍ୟ ଦୁଇଟି ଏବେ ବି ବ୍ରିଟିଶ୍‌ ସଂଗ୍ରହାଳୟରେ ମହଜୁଦ୍‌ ରଖାଯାଇଛି। ବର୍ତ୍ତମାନ ଏହାର ମୂଲ୍ୟ ୬.୮ ମିଲିୟନ୍‌ ଡଲାର ବା ୪୮.୨୮ କୋଟି ଟଙ୍କା।

Leave A Reply

Your email address will not be published.