Below header

ମାତ୍ର ୧୫ ଦିନ ମଧ୍ୟରେ ଲିଙ୍ଗ ପରିବର୍ତ୍ତନ କରିପାରେ ଏହି ମାଛ

ପୃଥିବୀପୃଷ୍ଠରେ ଏମିତି ଅନେକ ଜୀବ ଅଛନ୍ତି ଯାହାର ଗଠନ ଶୈଳୀ ଅନ୍ୟଠାରୁ ଭିନ୍ନ ହୋଇଥାଏ। କିଏ ଦେଖିବାକୁ ଆକାରରେ ବଡ଼ ହୋଇଥାଏ ତ ଆଉ କିଏ ଅପେକ୍ଷାକୃତ ଛୋଟ। ସେହିପରି ଆଉ କିଛି ଜୀବ ଅଧିକ ହିଂସ୍ର ହୋଇଥିବା ବେଳେ ଆଉ କିଛି ଖୁବ୍‌ ନିରୀହ ହୋଇଥାନ୍ତି। ତେବେ ପୃଥିବୀରେ ଏକ ଏମିତି ଜୀବ ବି ରହିଛି ଯିଏ ନିଜ ଇଚ୍ଛା ଅନୁସାରେ ନିଜ ଲିଙ୍ଗ ପରିବର୍ତ୍ତନ କରିପାରେ। ଅର୍ଥାତ୍‌ ଏହି ଜୀବଟି କେତେବେଳେ ନିଜକୁ ଅଣ୍ଡିରା କରିପାରେ ତ ଆଉ କେବେ ମାଈ। ଏକ ସାମୁଦ୍ରିକ ମାଛ ଏହିଭଳି ଭାବେ ଲିଙ୍ଗ ପରିବର୍ତ୍ତନ କରିପାରେ।

ଏହି ଅଦ୍ଭୁତର ମାଛର ନାଁ ହେଉଛି ଏନ୍ଥିୟସ୍‌ କୋରାଲ ରିଫ୍‌। ଆକାରରେ ଛୋଟ ହୋଇଥିବା ଏହି ମାଛ ନାରଙ୍ଗୀ, ଗୋଲାପୀ, ବାଇଗଣୀ, ହଳଦିଆ ଆଦି ବିଭିନ୍ନ ରଙ୍ଗରେ ଦେଖିବାକୁ ମିଳନ୍ତି। ମାଛଟି ମୁଖ୍ୟତଃ ମା’ ଓ କିଛି ଅଣ୍ଡିରା ମାଛଙ୍କ ସହ ଏକ ବଡ଼ ଦଳରେ ରହିଥାଏ। ମାଛର ଲିଙ୍ଗ ବଦଳାଇବା ଗୁଣକୁ ବୈଜ୍ଞାନିକ ଭାଷାରେ ‘କ୍ରମଓ୍ଵାର ହର୍ମୋଫ୍ରୋଡାଇଟ୍‌’ କୁହାଯାଏ।

ଏନ୍ଥିୟସ୍‌ ମାଈ ମାଛ ଭାବେ ଜନ୍ମ ନେଇଥାଏ। କିନ୍ତୁ କେତେବେଳେ କୌଣସି ଅଣ୍ଡିରା ମାଛର ମୃତ୍ୟୁ ଘଟିଲେ ସବୁଠାରୁ ବଡ଼ ମହିଳା ଏନ୍ଥିୟସ୍‌ ନିଜ ଲିଙ୍ଗ ପରିବର୍ତ୍ତନ କରି ଅଣ୍ଡିରା ହୋଇଯାଏ। ମାଈରୁ ଅଣ୍ଡିରା ହେବାକୁ ମାଛକୁ ପ୍ରାୟ ଦୁଇ ସପ୍ତାହ ସମୟ ଲାଗିଥାଏ।

ଏହିସମୟରେ ନୂଆ ପ୍ରଜନନ ତନ୍ତ୍ର, ଆକାର, ରୂପ ଓ ରଙ୍ଗରେ ପରିବର୍ତ୍ତନ ଘଟିଥାଏ। କିନ୍ତୁ ଯଦି ପରେ କୌଣସି ଅଣ୍ଡିରା ମାଛ ଦଳରେ ସାମିଲ ହୁଏ ତେବେ ପରିବର୍ତ୍ତିତ ହୋଇଥିବା ମାଛଟି ପୁଣିଥରେ ପୂର୍ବାବସ୍ଥାକୁ ଫେରିଆସେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.