ମାଲାକାନାଗିରି (କେନ୍ୟୁଜ୍): ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ପୁଣିଥରେ ଦେଖାଇଛନ୍ତି ମାନବିକତା। ସଡକ ଦୁର୍ଘଟଣାରେ ଆହତ ଲୋକଙ୍କୁ ଉଦ୍ଧାର କରି ମାନବିକତା ଦେଖାଇଲେ ବିଧାୟକ। ବାଲିମେଳା ଅଭିମୁଖେ ଏକ କାର୍ଯ୍ୟକ୍ରମରେ ବିଧାୟକ ପୁର୍ଣ୍ଣ ଚନ୍ଦ୍ର ବାକା ଯାଉଥିବା ସମୟରେ ନାୟକଗୁଡା ନିକଟସ୍ତ ମୁତେବଡା ଗ୍ରାମର ଏକ ବ୍ରିଜ୍ ନିକଟରେ ୩ଜଣ ବାଇକ୍ ଆରୋହୀ ଦୁଘର୍ଟଣାରେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ସେମାନଙ୍କୁ ବିଧାୟକ ନିଜ ଗାଡିରେ ନେଇ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ବିଧାୟକଙ୍କ ଏଭଳି ମହାନତା କାର୍ଯ୍ୟ ପାଇଁ ସାଧାରଣରେ ବେଶ ପ୍ରଶଂସା କରିଛନ୍ତି ଲୋକେ।