JIOର ଏହି ପ୍ଲାନ୍‌ରେ ମିଳୁଛି କ୍ୟାଶବ୍ୟାକ୍‌, ଏମିତି ଉଠାନ୍ତୁ ଫାଇଦା

ରିଲାଏନ୍ସ ଜିଓ ନିଜ ଲଙ୍ଗ୍‌ ଟର୍ମ ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍ସ ପାଇଁ ନୂଆ କ୍ୟାଶବ୍ୟାକ୍‌ ଅଫର୍‌ ଆଣିଛି। ଯେଉଁ ୟୁଜରମାନେ ୬ ମାସ, ୧୨ ମାସ ଏବଂ ୨୪ ମାସର ପ୍ଲାନ୍‌ କିଣିବେ, ସେମାନଙ୍କୁ ଏବେ ୧୦ ପ୍ରତିଶତ କ୍ୟାଶବ୍ୟାକ୍‌ ମିଳିବ। ଧ୍ୟାନ ରଖିବେ, ଏହି ଅଫର୍‌ ବ୍ରୋଞ୍ଜ ପ୍ଲାନ୍‌କୁ ସବ୍‌ସ୍କ୍ରାଇବ୍‌ କରିଥିବା ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ନୁହେଁ।

jio5

ଜିଓର ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍ସରେ ୧୦ ପ୍ରତିଶତ କ୍ୟାଶବ୍ୟାକ୍‌ର ଫାଇଦା HDFC କ୍ରେଡିଟ୍‌ କାର୍ଡ ଏବଂ ଡେବିଟ୍‌ କାର୍ଡ ୟୁଜର ଉଠାଇପାରିବେ। ରିଲାଏନ୍ସ ଜିଓଫାଇଭର ପ୍ଲାନ୍ସ ବର୍ତ୍ତମାନ ବ୍ରୋଞ୍ଜ, ସିଲ୍‌ଭର, ଗୋଲ୍ଡ, ଡାଇମଣ୍ଡ ଏବଂ ପ୍ଲାଟିନମ୍‌ ରେଞ୍ଜ୍‌ରେ ଅଫର କରାଯାଉଛି। ଏହି ଅଫର ବ୍ରୋଞ୍ଜ୍‌ ପ୍ଲାନ୍ସ ଛଡ଼ା ବାକି ସବୁ ପ୍ଲାନ୍‌ ପାଇଁ ଉପଲବ୍ଧ ଅଟେ।

jio6

ଅଫରର ଫାଇଦା ଉଠାଇବା ପାଇଁ ଆପଣଙ୍କୁ HDFC କାର୍ଡସ୍‌କୁ ପେମେଣ୍ଟ ପାଇଁ ବାଛିବାକୁ ପଡ଼ିବ। ଏହାପରେ କ୍ୟାଶବ୍ୟାକ୍‌ ଆପଣଙ୍କ ଆକାଉଣ୍ଟରେ ୯୦ ଦିନ ଭିତରେ ପହଞ୍ଚିଯିବ। କହି ରଖୁଛୁ କି, ଯଦିଓ ବ୍ରୋଞ୍ଜ ପ୍ଲାନ୍‌ ଇୟରଲି ରିଚାର୍ଜ ଅପ୍‌ଶନ ସହିତ ଆସିଥାଏ, କିନ୍ତୁ ଏହି ଅଫରରେ ସାମିଲ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.