ଖୁବ ଶୀଘ୍ର ଭାରତୀୟ ବଜାରରେ ଲଞ୍ଚ ହେବ ବିଶ୍ୱର ସବୁଠୁ ଶସ୍ତା ଇଲେକ୍ଟ୍ରିକ କାର

ଚୀନର ଅଟୋମୋବାଇଲ ନିର୍ମାତା କମ୍ପାନୀ Great wall Motor ଭାରତୀୟ ବଜାରରେ ନିଜ ଇଲେକ୍ଟ୍ରିକ କାର ora r1 ଲଞ୍ଚ କରିବାର ଯୋଜନା କରୁଛି । ଏହି କାରର ଆଉ ଏକ ବିଶେଷତ୍ୱ ହେଉଛି ଏହା ଦୁନିଆର ସବୁଠୁ ଶସ୍ତା କାର । ମିଳିଥିବା ସୂଚନା ଅନୁଯାୟୀ ଏହାର ଦର ୮.୬ ହଜାର ଡ଼ଲାର ରୁ ୧୧ ହଜାର ଡ଼ଲାର ଯାହାକି ଭାରତୀୟ ମୁଦ୍ରା ଅନୁସାରେ ୬.୨ ଲକ୍ଷ ରୁ ୮ ଲକ୍ଷ ପର୍ଯ୍ୟନ୍ତ ହିଁ ହେବ । ଅନ୍ୟ ପକ୍ଷରେ କମ୍ପାନୀ ଏନେଇ ନିଜ ସୋସିଆଲ ଆକାଉଣ୍ଟରେ କାର ସମ୍ପର୍କିତ ତଥ୍ୟ ଦେଇଛି ।

electric car

ଆସନ୍ତା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଅଟୋ ଏକ୍ସପୋରେ କମ୍ପାନୀ ତରଫରୁ ଏହି ଇଲେକ୍ଟ୍ରିକ କାରକୁ ପ୍ରଦର୍ଶିତ କରାଯିବ । ora r1 ନାମକ ଏହି କାରଟି ଥରେ ଫୁଲ ଚାର୍ଜ ହେଲେ ୩୫୧ କିଲୋମିଟର ଚାଲିପାରିବ । ଏଥିରେ ୩୫ କବର ଇଲେକ୍ଟ୍ରିକ ମୋଟର ସୁବିଧା ମଧ୍ୟ ଦିଆଯାଇଛି । ଏହି ଇଲେକ୍ଟ୍ରିକ କାର ଏଯାବତ ଭାରତୀୟ ବଜାରରେ ଉପଲବ୍ଧ ଥିବା ସମସ୍ତ କାର ଠାରୁ ଅପେକ୍ଷା କୃତ କମ ଦରର ଥିବା ସହ ଏହାର ଫିଚର ମଧ୍ୟ ଅନ୍ୟ ମାନଙ୍କ ତୁଳନାରେ ଅଧିକ ଭଲ ଅଛି ।

Leave A Reply

Your email address will not be published.