ଗୃହିଣୀ ନିଶ୍ଚୟ ପଢ଼ନ୍ତୁ, ଆପଣାନ୍ତୁ ଏହି ସହଜ ଏବଂ ଖାସ୍‌ କୁକିଙ୍ଗ୍‌ ଟିପ୍ସ

1 – ପରିବାକୁ ସିଜାଇବା ସମୟରେ ପାଣିକୁ ଫୋପାଡନ୍ତୁନାହିଁ କାରଣ ଏହି ପାଣିରେ ବହୁତ ମାତ୍ରାରେ ଭିଟାମିନ ବି ଏବଂ ଭିଟାମିନ ସି ବାହାରିଯାଇଥାଏ।

2 – ପେପର ନାପକିନକୁ ଏକ ଡବାରେ ସବୁବେଳେ ରୋଷେଇ ଘରେ ରଖନ୍ତୁ।

3 – ଲେମ୍ବୁକୁ ଅଧିକ ସମୟ ପଯ୍ୟର୍ନ୍ତ ତାଜା ରଖିବା ପାଇଁ ସେଥିରେ ନଡିଆ ତେଲ ଲଗାଇ ଫ୍ରିଜରେ ରଖନ୍ତୁ।

4 – ରୋଷେଇ ଘର ସେଲଫରେ କିଛି ପଡିଗଲେ ତାହାକୁ ତୁରନ୍ତ ସଫା କରିଦିଅନ୍ତୁ।

5 – ଓ୍ଵାସ ମେସିନ ତଥା ଟବରେ ଜଙ୍ଗ ଦାଗ ଛଡାଇବା ପାଇଁ ସେଥିରେ ଲୁଣ ସହିତ ତାରପିନର ତେଲ ମିଶାଇ ଘଷନ୍ତୁ।

6 – ଥର୍ମସ ଫ୍ଲାକ୍ସରେ ଚା କିମ୍ବା କଫି ଦାଗ ଛଡାଇବା ପାଇଁ ସେଥିରେ ଅଣ୍ଡା ଚୋପାକୁ ଚୁରା କରି ପକାନ୍ତୁ ଏବଂ ସେଥିରେ ଗରମ ପାଣି ମିଶାନ୍ତୁ। ଏବେ ଏହାକୁ ଭଲକରି ହଲାଇ ପରେ ଧୋଇ ଦିଅନ୍ତୁ।

7 – ଡାଲିକୁ ଯଦି ଅଙ୍କୁରିତ କରି ଖାଆନ୍ତି ତେବେ ସେଥିରେ ଭିଟାମିନ୍‌ ସିର ମାତ୍ରା ଅଧିକ ବଢ଼ିଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.