ନାଗରିକତା ସଂଶୋଧନ ଆଇନକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମର୍ଥନ, କହିଲେ ଜାତିସଂଘରେ ସ୍ୱତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା କରାଯାଉ

କେନ୍ୟୁଜ୍(ବ୍ୟୁରୋ): ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଜାରି ରହିଥିବା ଦ୍ୱିମତ ମଧ୍ୟରେ ପୁରୀ ଶଙ୍କରାଚାର୍ଯ୍ୟ ଏହାକୁ ସମର୍ଥନ କରିଛନ୍ତି । ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ପ୍ରତିକ୍ରିୟା ଦେଇ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ଦାବି କରିଛନ୍ତି । ବିଶ୍ୱରେ ମୋଟ ୨୦୪ଟି ଦେଶ ରହିଛି । ସେଥିରୁ ଅନେକ ଖ୍ରୀଷ୍ଟିଆନ ଓ ମୁସଲିମ୍‌ ରାଷ୍ଟ୍ର ରହିଛି । ଅନେକ ଦେଶରେ ହିନ୍ଦୁମାନେ ବସବାସ କରୁଥିଲେ ବି ବିଶ୍ୱରେ ଗୋଟିଏ ବି ହିନ୍ଦୁ ରାଷ୍ଟ୍ର ନାହିଁ । ଜାତିସଂଘ ପକ୍ଷରୁ ଭାରତ, ନେପାଳ ଓ ଭୁଟାନକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ସେ କହିଛନ୍ତି । ଏହାସହ ଅନ୍ୟତ୍ର ଉତ୍ପୀଡ଼ନର ଶୀକାର ହିନ୍ଦୁଙ୍କୁ ଏହି ତିନି ରାଷ୍ଟ୍ରରେ ଥଇଥାନ କରାଯାଉ ବୋଲି ସେ କହିଛନ୍ତି । ଜାତିସଂଘରେ ଏନେଇ ସ୍ୱତନ୍ତ୍ର ନ୍ୟାୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଉ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.