ସିଏଏ ବିରୋଧ ପାଇଁ ଏକାଠି ହେବାକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍, ଓଡିଶା ସମେତ ଅନ୍ୟ ୧୦ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ନବୀନଙ୍କ ସହ ଅଣବିଜେପି ଶାସିତ ରାଜ୍ୟର ଅନ୍ୟ ୧୦ ଜଣ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ସିଏଏ ବିରୋଧରେ ଏକାଠି ହେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ପିନାରାଇ ବିଜୟନ୍‌ କହିଛନ୍ତି, ଗଣତନ୍ତ୍ର ଓ ଧର୍ମନିରପେକ୍ଷତାକୁ ସୁରକ୍ଷା ଦେବା ପାଇଁ ବର୍ତ୍ତମାନ ସବୁ ଭାରତୀୟ ଏକାଠି ହେବା ଉଚିିତ୍‌ । ସିଏଏ ଦେଶର ଧର୍ମନିରପେକ୍ଷତା ଉପରେ ଆଞ୍ଚ ଆଣୁଛି । କେରଳ ବିଧାନସଭାରେ ଗତ ଡିସେମ୍ବର ୩୧ ତାରିଖରେ ସଂଶୋଧିତ ନାଗରିକ ଆଇନ ଉଚ୍ଛେଦ ପାଇଁ ପ୍ରସ୍ତାବ ପାରିତ ହୋଇଛି ।

kerala cm latter

ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସିଏଏ ଉଚ୍ଛେଦ ପାଇଁ ପ୍ରସ୍ତାବ ପାରିତ କରିଛି । ଅନ୍ୟ ରାଜ୍ୟ ମଧ୍ୟ ଏପରି ପ୍ରସ୍ତାବ ପାରିତ କରନ୍ତୁ । କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି ଏନ୍‌ପିଆର ହେଉଛି ଏନ୍‌ସିଆରର ପ୍ରଥମ ସୋପାନ । ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ କେରଳ ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଖୋଲା ଚିଠି ଲେଖିଛନ୍ତି । କହିଛନ୍ତି, ବିଧାୟକମାନେ ଲୋକଙ୍କ ପ୍ରତିନିଧିତ୍ୱ କରୁଛନ୍ତି । ତେଣୁ ବିଧାୟକଙ୍କ ଦ୍ୱାରା ପାରିତ ହୋଇଥିବା ପ୍ରସ୍ତାବକୁ ଶୁଣିବା ଆବଶ୍ୟକ । ସିଏଏକୁ ନେଇ ବିଭିନ୍ନ ସ୍ଥାନରେ ସଚେତନତା ରାଲି କରାଯାଉଛି । ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଲିଗୁଡ଼ିରେ ସଚେତନତା ରାଲି କରିଥିଲେ । ସେପଟେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ସିଏଏ ନିଷ୍ପତ୍ତରୁ ଇଞ୍ଚେ ବି ଓହରିବୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.