ନୂଆ କାର୍ ସାମ୍ନାରେ ସେଲ୍ଫି ନେଉଥିଲେ ଦୁଇ ମହିଳା, ସେତେବେଳେ ଘଟିଲା କିଛି ଏମିତି ଘଟଣା ଦେଖନ୍ତୁ ଭିଡିଓ

ଲୁଧିୟାନା: ଆଜିକାଲି ସେଲ୍ଫି ଉଠାଇବା ଗୋଟେ ଟ୍ରେଣ୍ଡରେ ପରିଣତ ହୋଇ ସାରିଲାଣି । ଖାସକରି ଯୁବପିଢ଼ି  ରାସ୍ତାଘାଟ, ରେଲୱେ ଷ୍ଟେସନ୍, ପାର୍କ କିମ୍ବା ମଲ୍ ମାନଙ୍କରେ ମୋବାଇଲ ବାହାର କରି ସେଲ୍ଫି ଉଠାଇବାରେ ଲାଗିପଡୁଛନ୍ତି । ପ୍ରାୟ ସମୟରେ ଏସବୁର କ୍ଷତି ମଧ୍ଯ ଭୋଗିବାକୁ ପଡିଥାଏ । ଠିକ୍ ଏମିତି ଏକ ଘଟଣା ପଞ୍ଜାବର ଦୁଇ ମହିଳାଙ୍କ ସହିତ ଘଟିଛି । ସଜବାଜ ହୋଇ ଦୁଇ ମହିଳା ନୂଆ କାର ସାମ୍ନାରେ ସେଲ୍ଫି ନେଉଥିଲେ । ଠିକ୍ ସେହି ସମୟରେ କିଛି ଏମିତି ଘଟଣା ସେମାନଙ୍କ ସହିତ ଘଟିଥିଲା ଯାହା ସମସ୍ତଙ୍କ ହୋସ୍ ଉଡାଇଦେବ।

ସୂଚନା ଅନୁସାରେ ସେହି ଘଟଣା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇ ମହିଳା ଏକ ନୂଆ କାର ସାମ୍ନାରେ ଠିଆ ହୋଇ ସେଲ୍ଫି  ନେଉଛନ୍ତି । ମହିଳାମାନଙ୍କୁ ଦେଖି ଲାଗିବ କି, ସେ କୌଣସି ବିବାହ କିମ୍ବା ଅନ୍ଯ କୌଣସି ପାର୍ଟିରେ ଯୋଗ ଦେବାକୁ ବାହାରିଛନ୍ତି । କିନ୍ତୁ ସବୁ ଖୁସି ସେମାନଙ୍କର ହଠାତ୍ କାନ୍ଦରେ ବଦଳିଗଲା ।

ଦେଖନ୍ତୁ ଭିଡିଓ:

ଠିକ୍ ସେହି ସମୟରେ ବିପରୀତ ପାର୍ଶ୍ବରୁ ଏକ ବାଇକରେ ଜଣେ ଯୁବକ ଆସି ଆଖି ପିଛୁଳାକେ ରାସ୍ତା କଡରେ ଠିଆ ହୋଇ ସେଲ୍ଫି ନେଉଥିବା ମହିଳାଙ୍କ ହାତରୁ ମୋବାଇଲ୍ ଛଡାଇ ନେଇ ଫେରାର ହୋଇଗଲା । ଯାହାର ଭିଡିଓ ନିକଟସ୍ଥ ଏକ ସିସିଟିଭିରେ ରେକର୍ଡ ହୋଇଯାଇଛି । ତେବେ ଏହି ଭିଡିଓ କେବେକାର ସେନେଇ କୌଣସି ସୂଚନା ହସ୍ତଗତ ହୋଇନଥିବା ବେଳେ ଏହି ଘଟଣାକୁ ଦେଖି ରାସ୍ତାଘାଟରେ ସେଲ୍ଫି ନେଉଥିବା ଲୋକେ ସତର୍କ ହୋଇଯିବା ନିହାତି ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.