କେନ୍ଦୁଝର: ଦମ୍ପତିଙ୍କ ଝଗଡ଼ାର ସମାଧାନ ପାଇଁ ଯାଇଥିବା ବେଳେ ପୋଲିସ ଉପରେ ଅତର୍କିତ ଆକ୍ରମଣ, ମହିଳା ଏସଆଇ ଆହତ

କେନ୍ଦୁଝର(କେନ୍ୟୁଜ୍): ସ୍ୱାମୀ-ସ୍ତ୍ରୀ ଝଗଡ଼ାରେ ପୋଲିସକୁ ମାଡ଼। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଘଷିପୁରା ଥାନା ପଦନପୁର ଗାଁରେ। ଏକ ଦମ୍ପତିଙ୍କ ଝଗଡ଼ାର ସମାଧାନ ପାଇଁ ଯାଇଥିବା ବେଳେ ପୋଲିସ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଘଷିପୁରା ଥାନା ମହିଳା ସବଇନ୍‌ସପେକ୍ଟର ଅନୁରାଧା ସେଠୀ ଆହତ ହୋଇଛନ୍ତି। ସମାଧାନ କରୁଥିବା ବେଳେ ଜଣେ ଯୁବକ ଅନୁରାଧାଙ୍କ ମୁହଁକୁ ମୁଥ ମାରିଥିଲା। ଏଥିରେ ଆହତ ହୋଇଥିଲେ ଅନୁରାଧା। ଖୁବ ଶୀଘ୍ର ଆକ୍ରମଣକାରୀ ଯୁବକକୁ ଗିରଫ କରାଯିବ ବୋଲି କହିଛନ୍ତି ଆନନ୍ଦପୁର ଏସଡିପିଓ। ଝଗଡ଼ା ଘଟଣାରେ ପରସ୍ପରକୁ ଦୋଷାରୋପ କରିଛନ୍ତି ଦମ୍ପତିଜଣକ। ଏନେଇ ଥାନାରେ ଉଭୟଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.