Below header

ଏଠାରେ ପତି-ପତ୍ନୀ ଏକାଠି ପୂଜା କରିବା ଅନୁଚିତ, ଜାଣନ୍ତୁ ଏହାର କାରଣ

ଭାରତର ଉତ୍ତରାଖଣ୍ଡରେ ଅବସ୍ଥିତ ମନ୍ଦିରରେ ଦମ୍ପତି ପୂଜା କରିବା ଶୁଭ ହୋଇଥାଏ କିନ୍ତୁ ଦେବଭୂମି ହିମାଞ୍ଚଳ ପ୍ରଦେଶର ସିମଲାରେ ମାଁ ଦୁର୍ଗାଙ୍କ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ପତି-ପତ୍ନୀ ଏକାଠି ପୂଜା କରିପାରିବେ ନାହିଁ। ମାନ୍ୟତା ରହିଛି ଯଦି କୌଣସି ଦମ୍ପତି ମନ୍ଦିରକୁ ଯାଇ ପ୍ରତିମା ଦର୍ଶନ କରିଥାନ୍ତି ତେବେ ତାଙ୍କୁ ଏହାର ସଜା ଭୋଗିବାକୁ ପଡିଥାଏ। ଏହି ମନ୍ଦିର ଶ୍ରୀ କୋଟି ମାତା ନାମରେ ପୁରା ହିମାଞ୍ଚଳରେ ପ୍ରସିଦ୍ଧ। ଏହି ମନ୍ଦିରକୁ ଦମ୍ପତି ଯାଇଥାନ୍ତି କିନ୍ତୁ ଥରେ ଜଣେ ହିଁ ଦର୍ଶନ କରିଥାନ୍ତି।

ସିମଲାର ରାମପୁରରେ ସମୁଦ୍ର ତଳେ ୧୧ ହଜାର ଫୁଟ୍‌ ଉଚ୍ଚତାରେ ମା’ ଦୁର୍ଗାଙ୍କର ଏକ ସ୍ୱରୂପ ବିରାଜମାନ, ଯାହା ଶ୍ରୀ କୋଟି ନାମରେ ପ୍ରସିଦ୍ଧ। ଏହି ମନ୍ଦିର ବହୁ ପ୍ରାଚୀନ କାଳରୁ ଲୋକମାନଙ୍କ ଭକ୍ତିର କେନ୍ଦ୍ର ହୋଇଛି।

teampleଜାଣନ୍ତୁ କାହିଁକି ରହିଛି ଏହି ପରମ୍ପରା:

ଏକ କାହାଣୀ ଅନୁଯାୟୀ ଭଗବାନ ଶିବ ନିଜର ଦୁଇ ପୁତ୍ର ଗଣେଶ ଏବଂ କାର୍ତ୍ତିକଙ୍କୁ ବ୍ରହ୍ମାଣ୍ଡ ଭ୍ରମଣ କରିବା ପାଇଁ କହିଥିଲେ। ଏହାପରେ କାର୍ତ୍ତିକ ନିଜର ବାହନ ଉପରେ ବସି ଭ୍ରମଣ ପାଇଁ ଚାଲିଯାଇଥିଲେ କିନ୍ତୁ ଭଗବାନ ଗଣେଶ ମାତା-ପିତାଙ୍କ ଚାରିପଟେ ଭ୍ରମଣ କରି କହିଥିଲେ ମାତା-ପିତାଙ୍କ ଚରଣରେ ହିଁ ବ୍ରହ୍ମାଣ୍ଡ ରହିଛି। ଏହାପରେ କାର୍ତ୍ତିକ ବିଶ୍ୱ ବ୍ରହ୍ମାଣ୍ଡ ଭ୍ରମଣ କରି ଆସିବା ପରେ ଭଗବାନ ଗଣେଶଙ୍କ ବିବାହ କାର୍ଯ୍ୟ ହେଉଥିବାର ଦେଖିଥିଲେ। ଏହାପରେ କାର୍ତ୍ତିକ ରାଗିଯାଇ କେବେ ବିବାହ କରିବେ ନାହିଁ ବୋଲି ସଂକଳ୍ପ କରିଥିଲେ।

shrai-kotiକାର୍ତ୍ତିକଙ୍କର ଏହି ସକଳ୍ପରେ ମାତା ପାର୍ବତୀ ବହୁତ ରାଗିଯାଇ କହିଥିଲେ ଯେଉଁ ପତି-ପତ୍ନୀ ତାଙ୍କର ଦର୍ଶନ କରିବେ ତେବେ ସେହି ପତି-ପତ୍ନୀ ପରସ୍ପରଙ୍କ ଠାରୁ ଅଲଗା ହୋଇଯିବେ। ଏହି କାରଣରୁ ଆଜି ମଧ୍ୟ ଏଠାରେ ପତି-ପତ୍ନୀ ଏକାଠି ପୂଜା କରନ୍ତିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.