ଇଟାଲିର ଏହି ସହରରେ ଆଗ୍ନେୟଗିରି ଫାଟି ଘଟିଥିଲା ଅତି ଭୟଙ୍କର ଅଘଟଣ, ହଜାର ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଲା ଆଶ୍ଚର୍ଯ୍ୟକର ଅବଶେଷ

ଆଗ୍ନେୟଗିରିର ରୂପ ଅତି ବିକଟାଳ ହୋଇଥାଏ। ଜ୍ୱଳନ୍ତା ଲାଭା ନିଅାଁ ଆଗରେ କେହି ବି ବଞ୍ଚିପାରନ୍ତି ନାହିଁ। ଏବେ ଏହି ଠୋସ୍‌ ପ୍ରମାଣ ଇଟାଲିରୁ ମିଳିଛି। ଖ୍ରୀଷ୍ଟପୂର୍ବ ୭୯ରେ ପୂର୍ବ ଇଟାଲିର ପୋମ୍ପେଇ ସହରରେ ଭେସୁଭିଅସ୍‌ ଆଗ୍ନେୟଗିରି ଫାଟିଯାଇଥିଲା, ଯାହାର ଜ୍ୱଳନ୍ତା ଲାଭା ସଂସ୍ପର୍ଶରେ ଅନେକ ଲୋକ ଆସିଯାଇଥିଲେ। ଏବେ ବୈଜ୍ଞାନିକମାନଙ୍କୁ ସେଠାରୁ ମୃତ ମଣିଷଙ୍କ ଖପୁରୀର ଅବଶେଷ ମିଳିଛି, ଯାହାକି ତରଳି କାଚରେ ବଦଳିଯାଇଛି।

bo9

ଏହି ବିସ୍ମୟକର ଅବଶେଷ ବୈଜ୍ଞାନିକମାନଙ୍କୁ ଚକିତ କରିଦେଇଛି। ସେମାନଙ୍କ କହିବା ମୁତାବକ, ଆଗ୍ନେୟଗିରି ହଜାର ହଜାର ଲୋକଙ୍କ ରକ୍ତକୁ ଗରମ କରିଦେବା ସହ ମାଂସକୁ ପାଉଁଶ କରିଦେଇଥିଲା। ଫେଡରିକୋ ୟୁନିଭର୍ସିଟିର ଡା. ପିୟେର ପାଓଲୋ ପେଟ୍ରୋନ୍‌ଙ୍କ କହିବା ହେଲା, ଯେତେବେଳେ ଗରମ ଏବଂ ଫଟୁଥିବା ଲାଭା ମଣିଷ ଖପୁରୀ ସଂସ୍ପର୍ଶରେ ଆସିଥିଲା, ସେତେବେଳେ ଏହା ତରଳିଯାଇଥିଲା। ସେଠି ବାକି ଶରୀର ପୂରା ପଥରରେ ବଦଳିଯାଇଥିଲା।

vo

ଡା. ପେଟ୍ରୋନ୍‌ କହିଥିଲେ, କାଚରେ ବଦଳିଯାଇଥିବା ଖପୁରୀକୁ ଯାଞ୍ଚ କରିବା ବେଳେ ଜଣାପଡ଼ିଥିଲା, ଏବେ ବି ଏଥିରେ ପ୍ରୋଟିନ୍‌ ବଳକା ରହିଛି। ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ ଯେଉଁ ସମୟରେ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଥିବ, ସେହି ସମୟର ତାପମାତ୍ରା ଅତି କମ୍‌ରେ ୫୦୦ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିବ।

vo2

ଆଶ୍ଚଯ୍ୟର୍ର କଥା, ଏତେ ଅଧିକ ତାପମାତ୍ରା ସତ୍ତ୍ୱେ ଖପୁରୀର କୋଷିକା ଏବଂ ପ୍ରୋଟିନ୍‌ ଏ ପଯ୍ୟର୍ନ୍ତ ନଷ୍ଟ ହୋଇନାହିଁ। କିନ୍ତୁ ସେପେଟ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗ ସବୁ ଜଳି ପାଉଁଶ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.