ଭୂମି ଠାରୁ ୫ହଜାର ଫୁଟ୍‌ ଉଚ୍ଚତାରେ ଉଡୁଥିଲା ପ୍ଲେନ୍‌, ହଠାତ ବିମାନରେ ଭରିଗଲା ଧୂଆଁ ଆଉ ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ରୋମାନିଆର ରାଜଧାନୀ ବୁଖାରେଷ୍ଟରେ ଲଣ୍ଡନ ଯାଉଥିବା ଫ୍ଲାଇଟରେ ଅଚାନକ ଧୂଆଁ ଭରିଯିବା କାରଣରୁ ଲୋକଙ୍କ ମଧ୍ୟରେ ଭୟର ସଞ୍ଚାର ଖେଳିଗଲା, ଯେଉଁ କାରଣରୁ ବିମାନର ଏମରଜେନ୍ସୀ ଲ୍ୟାଣ୍ଡିଂ କରାଗଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଆପଣ ଦେଖିପାରୁଥିବେ ଫ୍ଲାଇଟ୍‌ ଭିତରେ ଧୂଆଁ ଭରିଯାଇଥିବାର ଦେଖିବାକୁ ମିଳୁଛି। ରୋମାନିଆର ରାଜଧାନୀ ବୁଖାରେଷ୍ଟର ଷ୍ଟେନଷ୍ଟେଡ୍‌ ବିମାନ ବନ୍ଦରରୁ ଲଣ୍ଡନ ଯାଉଥିବା ଏହି ଫ୍ଲାଇଟରେ ୧୬୯ ଯାତ୍ରୀ ଯାତ୍ରା କରୁଥିଲେ। ଟେକଅଫର କିଛି ସମୟ ପରେ ପ୍ଲେନରେ ଧୂଆଁ ଭରିଗଲା ଏବଂ ଏମରଜେନ୍ସୀ ଲ୍ୟାଣ୍ଡିଂ କରାଗଲା।

planeeRyanairର ଏହା ଏକ ବୋଇଙ୍ଗ୍‌ ୭୩୭-୮୦୦ ବିମାନ ଅଟେ, ଯେଉଁଥିରେ ଧୂଆଁ ଭରିଯିବା ପରେ ତାହାର ଆପତକାଳୀନ ଲ୍ୟାଣ୍ଡିଂ ଓଟେପେନୀ ବିମାନ ବନ୍ଦରରେ କରାଗଲା। ଫ୍ଲାଇଟରେ ଏହେି ଦୁର୍ଘଟଣା ପରେ ସମସ୍ତ ଯାତ୍ରୀ ଡରିଯାଇଥିଲେ। ସୌଭାଗ୍ୟବସତଃ ଏଥିରେ କାହାର କୌଣସି କ୍ଷତି ଘଟିନାହିଁ। ଲଣ୍ଡନର ଷ୍ଟେନଷ୍ଟେଡ୍‌ ଏୟାରପୋର୍ଟ ପାଇଁ ଏହି ଫ୍ଲାଇଟ୍‌ ସକାଳ ୬.୪୦ରୁ ଉଡାଣ ଭରିଥିଲା, କିନ୍ତୁ ପୂର୍ବରୁ ବିମାନରେ କିଛି ତ୍ରୁଟି ଥିବା କାରଣରୁ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ବ୍ୟବସ୍ଥା କରାଗଲା।

ଟେକ୍‌ଅଫର ମାତ୍ର କିଛି ମିନିଟ ପରେ, ଯେତେବେଳେ ଏହି ପ୍ଲେନ ୫,୦୦୦ ଫୁଟ୍‌ ଉଚ୍ଚରେ ପହଁଚିଲାବେଳକୁ ହଠାତ ଧୂଆଁ ଭରିଗଲା ଏବଂ ସବୁ ଯାତ୍ରୀ ଭୟରେ ଥରି ଉଠିଲେ। ବିମାନରେ ଥିବା ଜଣେ ଯାତ୍ରୀ ଏହି ସମୟରେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି।

Leave A Reply

Your email address will not be published.