Below header

ଜିହାଦିଙ୍କ ବର୍ବରକାଣ୍ଡ: ମାଲି ସେନା ଶିବିର ଉପରେ ଭୟଙ୍କର ଆକ୍ରମଣ, ୧୯ ମୃତ, ୫ ଆହତ

ପଶ୍ଚିମ ଆଫ୍ରିକାର ମାଲି ମଧ୍ୟାଞ୍ଚଳରେ ଥିବା ଏକ ସୈନ୍ୟ ଶିବିର ଉପରେ ରବିବାର ସନ୍ଦିଗ୍ଧ ଜିହାଦିମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏଥିରେ ସୁରକ୍ଷା ବଳର ୧୯ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୫ଜଣ ଆହତ ହୋଇଥିବା ସେନା ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି।

FILE PHOTO Malian soldiers patrol in the village of Kadji

ଜଣେ ଅଧିକାରୀଙ୍କ କହିବା ହେଲା, ଆତଙ୍କବାଦୀମାନେ ମୋଟରସାଇକେଲରେ ଆସିଥିଲେ। ସୋକୋଲୋ ନିବାସୀ ବାବା ଗକଉ ଏଏଫ୍‌ପିଙ୍କୁ ସୂଚନା ଦେଇଛନ୍ତି ଯେ ୧୦୦ରୁ ଅଧିକ ଆତଙ୍କବାଦୀ ଏଥିରେ ସାମିଲ ଥିଲେ। ସକାଳ ୭ଟାରେ ଗୁଳିବର୍ଷଣ ବନ୍ଦ ହେବା ପରେ ସେମାନେ ସେନା ଶିବିରରେ ଅସ୍ତ୍ରଶସ୍ତ୍ର ଏବଂ ବାହନ ସହ ପହଞ୍ଚିଥିଲେ।

ତେବେ ଆକ୍ରମଣ ପରେ ସେନାର ଏକ ବିମାନ ଦ୍ୱାରା ଅଞ୍ଚଳରେ ଯାଞ୍ଚ କରାଯାଉଥିବା ସଶସ୍ତ୍ର ସେନା ବାହିନୀ ପକ୍ଷରୁ ଟୁଇଟ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.