Below header

ଭୁବନେଶ୍ୱର : ଜମିଲା ଗଣତନ୍ତ୍ର ଦିବସ ସନ୍ଧ୍ୟା, ଦେବାର୍ଚ୍ଚନ ଓ ଜ୍ୟୋତି ରଞ୍ଜନଙ୍କ କମେଡ଼ିରେ ଛୁଟିଲା ହସର ସୁଅ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତକାଲି ସାଧାରଣତନ୍ତ୍ର ଦିବସରେ ସକାଳୁ ସନ୍ଧ୍ୟା ଯାଏ ପତାକା ଉତ୍ତୋଳନ ଏବଂ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ ଚାଲିଥିଲା । ହେଲେ ଏସବୁ ଭିତରେ ଦୁଇଜଣ ଛାତ୍ର ଦର୍ଶକଙ୍କ ମନୋରଞ୍ଜନ କରିଥିଲେ କିଛି ନିଆରା ଢଙ୍ଗରେ । ଭୁବନେଶ୍ୱର ପଟିଆ ବିଗ୍‌ବଜାର ନିକଟ କୃତି କଫି କ୍ୟାମ୍ପସରେ କମେଡ଼ି ହାଇେଓ୍ଵ ଦ୍ୱାରା ଆୟୋଜିତ ହୋଇଥିଲା ହାସ୍ୟରସ କାର୍ଯ୍ୟକ୍ରମ ‘ହାଏ ଅନ୍‌ ପଖାଳ’ । ଏଥିରେ ଦୁଇ ଯୁବ କଳାକାର ଜ୍ୟୋତି ରଞ୍ଜନ ଦାଶ ଓ ଦେବାର୍ଚ୍ଚନ ମିଶ୍ର ଚମତ୍କାର ଢଙ୍ଗରେ ହାସ୍ୟରସ ପରିବେଷଣ କରି ଲୋକଙ୍କୁ ହସେଇ ହସେଇ ବେଦମ କରିଥିଲେ । ବେଶ୍‌ କିଛି ସମୟ ଧରି ବିଭିନ୍ନ ପ୍ରସଙ୍ଗକୁ ସେମାନେ ହାସ୍ୟରସ ଜରିଆରେ ପରିବେଷଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.