Below header

କାନାରା ବ୍ୟାଙ୍କ ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ସହ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର(କେନ୍ଯୁଜ୍): କାନାରା ବ୍ୟାଙ୍କ ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ସହ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ରିଜୋନାଲ କାର୍ଯ୍ୟାଳୟ ଠାରେ ଶ୍ରୀକାନ୍ତ ମହାପାତ୍ର ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏକା ସଂଗେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ଖୋର୍ଦ୍ଧା ଠାରେ ଥିବା ଏସଓସିଏଚ ସଂସ୍ଥା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ସହ ୫ଟି ସ୍ବିଇଙ୍ଗ୍ ମେସିନ୍, ୫ଟି ଓ୍ୱାଟର ଫିଲଟର୍ ମେସିନ୍ ପ୍ରଦାନ କରାଯାଇଛି । ଏଥିରେ ଡିଜିଏମ ଯୋଗେନ୍ଦ୍ର ସିଂ ଗଙ୍ଗାଙ୍କ ସମେତ କାନାରା ବ୍ୟାଙ୍କର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.