ଯେତେବେଳେ ନିଜ ପତିଙ୍କୁ ଚିପ୍ସ ଆଣିବା ପାଇଁ ଆଦେଶ ଦେଲେ ଦୀପିକା, ଜାଣନ୍ତୁ କିଭଳି ଥିଲା ଫ୍ୟାନ୍ସଙ୍କ ପ୍ରତିକ୍ରିୟା

ବଲିଉଡ୍‌ର ଷ୍ଟାର ଯୋଡି ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ବିବାହ ପରେ ପ୍ରଥମ ଥର ଏକାଠି ସିଲଭର୍‌ ସ୍କ୍ରିନ୍‌ରେ ନଜର ଆସିବେ। ଦୁଇଜଣ କବୀର ଖାନ୍‌ଙ୍କ ଫିଲ୍ମ ୮୩ରେ ଏକାଠି ନଜର ଆସିବେ। ଫିଲ୍ମଟି ୧୯୮୩ କ୍ରିକେଟ ଓ୍ଵାର୍ଲ୍ଡ କପ ଉପରେ ଆଧାରିତ। ରଣବୀର ସିଂହ ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିସାରିଛନ୍ତି।

deepika-1ରଣବୀର ନିଜର ଫୋଟ ସୋସିଆଲ ମିଡିଆରେ ସେୟାର କରିବା ସହ ଲେଖିଛନ୍ତି, ‘‘କପିଲଙ୍‌କ ଡେଭିଲ୍ସ ଚେନ୍ନାଇରେ ତୋଫାନ ଆଣିବାକୁ ଯାଉଛି।’’ ଏହି ଫଟୋ ଠାରୁ ଅଧିକା ଏଥିରେ ଆସିଥିବା ଦୀପିକାଙ୍କ କମେଣ୍ଟ ଲୋକଙ୍କ ଧ୍ୟାନକୁ ବେଶୀ ଆକର୍ଷିତ କରିଛି। ଦୀପିକା ଲେଖିଛନ୍ତି, ‘ଶ୍ରୀ କୃଷ୍ଣା ଠାରୁ ୧ କିଲୋ ମୈସୁର ପାକ ଏବଂ ହଟ୍‌ ଚିପ୍ସରୁ ସ୍ପାଇସି ପୋଟାଟୋ ଚିପ୍ସର ୧/୨ କିଲୋ ପ୍ୟାକେଟ ନଆଣିଲେ ଆସିବନି। ଦୀପିକାଙ୍କର ଏହି କମେଣ୍ଟରେ ନିଜର ପ୍ରତିକ୍ରିୟା ଦେଇ ଜଣେ ୟୁଜର ଲେଖିଛନ୍ତି, ‘ଦୀପିକା ସତରେ ଜଣେ ଶୁଦ୍ଧ ଦକ୍ଷୀଣ ଭାରତୀୟ।’

deepika11ସୂଚନା ମୁତାବକ ଫିଲ୍ମରେ ରଣବୀରଙ୍କ ବ୍ୟତୀତ ସାକିବ ସଲୀମ, ଏମି ଓ୍ଵିର୍କ, ହାର୍ଡି ସାନ୍ଧୁ, ତାହିର ରାଜ ଭାସିନ୍‌, ଚିରାଗ ପତି, ଜିଭା, ଜତିନ ଶର୍ମା, ଆଦିତ୍ୟନାଥ କୋଠାରେ, ଦିନକର ଶର୍ମା, ପଙ୍କଜ ତ୍ରିପାଠୀ ସାମିଲ ଅଛନ୍ତି। ରଣବୀର ସୋସିଆଲ ମିଡିଆରେସେୟାର କରିଥିବା ଫାଷ୍ଟ ଲୁକ୍‌ରେ ପ୍ରଥମ ଫିଲ୍ମର ସମସ୍ତ କ୍ୟାରେକ୍ଟରଙ୍କ ଲୁକ୍‌ ମଧ୍ୟ ସାମ୍ନାକୁ ଆସିସାରିଛି। ଏହି ଫିଲ୍ମରେ ଦୀପିକା କପିଲ ଦେବଙ୍କ ପତ୍ନୀ ରୋମୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ଏବେ ଦୀପିକାକ ଲୁକ୍‌ ସାମ୍ନାକୁ ଆସିନାହିଁ। ସୂଚନା ମୁତାବକ ଏହି ଚଳିତ ବର୍ଷ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.