Below header

ଦ୍ୱିତୀୟ ମ୍ୟାଚ୍‌ ପରେ ଚହଲ୍‌ଙ୍କୁ ଗପ୍‌ଟିଲ୍‌ଙ୍କ ଗାଳି ଗୁଲଜ, ଶୁଣିଲେ ସମସ୍ତେ ଓ ଭିଡିଓ ହୋଇଗଲା ଭାଇରାଲ

ଅକ୍‌ଲାଣ୍ଡ : ଗତକାଲି ଏଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ୭ ଓ୍ଵିକେଟ୍‌ରେ ଘରୋଇ ଦଳ ହାରିଗଲା । ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଭାରତ ଏବେ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି । ତେବେ ଦୁଇ ଦୁଇଟି ପରାଜୟ ପରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଖୁବ୍‌ ଆଘାତ ଲାଗିଛି । ଯାହା ସ୍ପଷ୍ଟ ଜଣାପଡ଼ି ଯାଇଥିଲା ମ୍ୟାଚ୍‌ ଶେଷ ହେବା ପରେ। ପରାଜୟ ପରେ ଭାରତୀୟ ସ୍ପିନର୍‌ ଯୁଜବେନ୍ଦ୍ର ଚହଲଙ୍କୁ ଗାଳିଗୁଲଜ କରିଥିଲେ ନ୍ୟୁଜିଲାଣ୍ଡ ଓପ୍ନର ମାର୍ଟିନ୍‌ ଗପ୍‌ଟିଲ୍‌ ।

CHAHAL-1ଆପଣମାନେ ଜାଣିଥିବେ ଯେ ଚହଲ ଦଳରେ ଥିବା ବେଳେ ଭାରି ମଜା କରନ୍ତି । ସେ ମାଇକ୍ରୋଫୋନ୍‌ ନେଇ ବିଭିନ୍ନ ଖେଳାଳିଙ୍କ ପାଖରେ ପହଞ୍ଚି ମଜା ମଜା ପ୍ରତିକ୍ରିୟା ନେଇଥାନ୍ତି । ତାକୁ ନାଁ ଦିଆଯାଇଛି ‘ଚହଲ ଟିଭି’ । ସେମିତି ଗତକାଲି ମ୍ୟାଚ୍‌ ଶେଷ ହେବା ପରେ ଯେତେବେଳେ ଦୁଇ ଦଳର ଖେଳାଳି ପରସ୍ପର ସହ ହାତ ମିଳାଉଥିଲେ ସେତେବେଳ ଚହଲ ମାଇକ୍ରୋଫୋନ୍‌ ଧରି ପହଞ୍ଚିଗଲେ ଗପ୍‌ଟିଲ୍‌ଙ୍କ ପାଖରେ । କେମିତି ଅଛ ବୋଲି ପଚାରି ଦେଲେ । ଆଉ ଗପ୍‌ଟିଲ୍‌ଙ୍କ ରାଗ ସିନା ଭିତରେ ଥିଲା ହେଲେ ଉପରେ ହସି ହସି ତାଙ୍କୁ ଗାଳି କଲେ । ତାହା ପୁଣି ହିନ୍ଦୀରେ ଓ ଖରାପ ଭାଷାରେ । ସେତେବେଳେ ମାଇକ୍ରୋଫୋନ୍‌ ଖୋଲା ଥିଲା । ପାଖରେ ଠିଆ ହୋଇଥିବା ରୋହିତ ଶର୍ମା ମୁହଁ ଲୁଚାଇ ସେଠାରୁ ତୁରନ୍ତ ପଳାଇ ଗଲେ । ମାଇକ୍ରୋଫୋନ୍‌ ଖୋଲା ଥିବା କଥା ଚହଲ କହିଲେ ସିନା ହେଲେ ସେତେବେଳକୁ ଡେରି ହୋଇ ସାରିଥିଲା ଏବଂ ଗପ୍‌ଟିଲ ତାଙ୍କ କଥା କହି ସାରିଥିଲେ । ପରେ ପରେ ତୁରନ୍ତ ଏହି ଗାଳି ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.