ଚୀନ୍ ଉହାନରୁ ଆସିଥିବା ୬୪୫ ଭାରତୀୟଙ୍କ ରକ୍ତ ନମୁନା ନେଗେଟିଭ୍‌, ୧୪ ଦିନ ପରେ ପୁଣି ଥରେ କରାଯିବ ପରୀକ୍ଷା

ନୂଆଦିଲ୍ଲୀ: ଚୀନ୍ ଉହାନରୁ ଆସିଥିବା ୬୪୫ ଭାରତୀୟଙ୍କ ରକ୍ତ ନମୁନା ନେଗେଟିଭ୍‌। ସେମାନେ କରୋନା ଭାଇରସ୍ ସଂକ୍ରମଣରୁ ମୁକ୍ତ ଥିବା ସ୍ପଷ୍ଟ ହୋଇଛି। ୧୪ ଦିନ ପରେ ପୁଣି ଆଉ ଥରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯିବ। ଏହାବାଦ ୫୧୦ଟି ନମୁନା ଆଇସିଏମ୍‌ଆର୍‌ରେ ପରୀକ୍ଷା କରାଯାଇଥିବା ବେଳେ କେବଳ ୩ଟି ପଜିଟିଭ୍‌କୁ ବାଦ୍ ଦେଲେ ଅନ୍ୟସବୁ ନେଗେଟିଭ୍ ଆସିଛି । ୩ ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

coronavirus୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସମନ୍ଵିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ ଜରିଆରେ ୬ହଜାର ୫୫୮ ଲୋକଙ୍କର ଗୋଷ୍ଠୀ ନିରୀକ୍ଷଣ ଓ ଯାଞ୍ଚ କରାଯାଇଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇନଥିଲେ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସବୁ ପ୍ରକାର ଭିସା ବାତିଲ କରାଯାଇଛି । ଗତ ୫ ତାରିଖ ସୁଦ୍ଧା୧୨୬୫ଟି ବିମାନରେ ଆସିଥିବା ୧୩ହଜାର ୮୭୫୦ ଜଣ ଯାତ୍ରୀଙ୍କର ନୋଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି ।ବର୍ତ୍ତମାନ ସୁଦ୍ଧା ଅନ୍ୟ କେହି କରୋନା ଭୂତାଣୁରେ ସଂକ୍ରମିତ ଥିବାର ସୂଚନା ନାହିଁ ।

Leave A Reply

Your email address will not be published.