ଆଜିଠୁ ଆରମ୍ଭ ଯୋରନ୍ଦା ମହିମା ଗାଦିର ବାର୍ଷିକ ମାଘ ମେଳା, ଯୋଗ ଦେବେ ହଜାର ହଜାର ସାଧୁ ସନ୍ଥ ଓ ମହିମା ଭକ୍ତ

ଢେଙ୍କାନାଳ: ଆଜିଠୁ ଆରମ୍ଭ ହେବ ଯୋରନ୍ଦା ମହିମା ଗାଦିର ବାର୍ଷିକ ମାଘ ମେଳା। ଯୋଗ ଦେବେ ଶତାଧିକ ବକଳଧାରୀ, କୌପିନଧାରୀ, ହଜାର ହଜାର ସାଧୁ ସନ୍ଥ ଓ ମହିମା ଭକ୍ତ । ସେହିପରି ମେଳା ଦେଖିବାକୁ ରାଜ୍ୟ ତଥା ବାହାର ଲକ୍ଷାଧିକ ଭକ୍ତଙ୍କ ସମାଗମ ମହିମା ପୀଠରେ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଆଜି ସନ୍ଧ୍ୟାରେ ମୁଖ୍ୟ ଗାଦି ମନ୍ଦିରରେ ଝାଡ଼ଦୀପ ପ୍ରଜ୍ୱଳିତ ହେବ । ଏହି ମେଳାକୁ ଶାନ୍ତିଶୃଙ୍ଖଳାରେ ସାରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମୁତୟନ ହୋଇଛି ପୋଲିସ ଫୋର୍ସ । ସେହିପରି କିଣାବିକା ପାଇଁ ଏଠାରେ ପସରା ମେଲାଇଛନ୍ତି ରାଜ୍ୟ ତଥା ବାହାର ବ୍ୟବସାୟୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.