କେଶ ଏବଂ ତ୍ୱଚା ସମସ୍ୟାରୁ ମୁକ୍ତି ଦେବ କଳାଲୁଣ, ଜାଣନ୍ତୁ କିପରି କରିବେ ବ୍ୟବହାର

ଆପଣ ନିଶ୍ଚିତ ଭାବେ ରୋଷେଇରେ କଳାଲୁଣ ବ୍ୟବହାର କରିଥିବେ। ଯାହା ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, କଳା ଲୁଣ ସାହାଯ୍ୟରେ ଆପଣ ସୁନ୍ଦର ଏବଂ ଉଜ୍ୱଳ ତ୍ୱଚା ପାଇପାରିବେ। ଆସନ୍ତୁ ଜାଣିବା କଳାଲୁଣକୁ କେଉଁ ଉପାୟରେ ବ୍ୟବହାର କରିବା ଦ୍ୱାରା ତ୍ୱଚା ଏବଂ କେଶକୁ ସୁନ୍ଦର କରିପାରିବେ।

କେଶ ଝଡିବା କମ୍‌ କରେ : କଳାଲୁଣରେ ଅତ୍ୟଧିକ ଖଣିଜ ପଦାର୍ଥ ଭରପୂର ରହିଥାଏ। ଆପଣ ଏହାକୁ ତେଲ କିମ୍ବା ପାଣିରେ ମିଶାଇ କେଶ ମୂଳରେ ଲଗାନ୍ତୁ। ଏହା କେଶ ଝଡିବା ସମସ୍ୟାକୁ ଦୂର କରିଥାଏ।

salt

ରୂପି ସମସ୍ୟା ଦୂର କରେ : ଶୀତଦିନରେ ସବୁବେଳେ ରୂପି ସମସ୍ୟା ଦେଖାଦେଇଥାଏ। କିନ୍ତୁ କଳାଲୁଣ ଆପଣଙ୍କ ଏହି ସମସ୍ୟାକୁ ଦୂରୀଭୂତ କରିଥାଏ। କଳାଲୁଣକୁ ଟମାଟର କିମ୍ବା ଲେମ୍ବୁ ରସ ସହିତ ମିଶାଇ କେଶମୂଳରେ ଲଗାଇଲେ ରୂପି ଦୂର ହେବ।

ଶୁଷ୍କ ତ୍ୱଚାରୁ ମିଳିବ ମୁକ୍ତି : ଗାଧୋଇବା ପାଇଁ ବାଥଟବ୍‌ରେ ଅଳ୍ପ ଉଷୁମ ଗରମ ପାଣିରେ କଳାଲୁଣ ପକାଇ ପାଦ ବୁଡାଇ ରଖନ୍ତୁ। ଏହା ଆପଣଙ୍କ ଗୋଇଠିକୁ କୋମଳ ରଖିବା ସହିତ ଶୁଷ୍କ ତ୍ୱଚା ହଟାଇବାରେ ସହାୟକ ହୋଇଥାଏ। ଏହାସହିତ ପାଦ ଫୁଲିବା ହେଉ ଅବା ବିନ୍ଧା ହେବା ସମସ୍ୟାରୁ ମୁକ୍ତି ଦେଇଥାଏ।

black salt

ପୋରର୍ସକୁ ସଫା କରେ : ଫେସଓ୍ଵାସ୍‌ ସହିତ କଳାଲୁଣ ମିଶାଇ ମୁହଁରେ ହାଲ୍‌କା ଭାବେ ସ୍କ୍ରବ କରନ୍ତୁ। ଏହା ମୁହଁର ପୋରର୍ସକୁ ସଫା କରିବା ସହିତ ବ୍ରଣ ଏବଂ ଦାଗ ସମସ୍ୟାରୁ ମୁକ୍ତି ହିଏ। ତ୍ୱଚାରେ ଧୀରେ ଧୀରେ ଉଜ୍ୱଳତା ବୃଦ୍ଧି ପାଇଥାଏ।

Leave A Reply

Your email address will not be published.