୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିବା ପରେ ଇନ୍ଦ୍ରଚନ୍ଦ୍ର ମାନିଲେନି ବାଂଲାଦେଶ ଖେଳାଳି, ପଡ଼ିଆରେ ଟିମ୍‌ ଇଣ୍ଡିଆଙ୍କୁ କଲେ ଦୁର୍ବ୍ୟବହାର; ଦେଖନ୍ତୁ ଭିଡିଓ

ଭାରତୀୟ ଟିମ୍‌ ରବିବାର ଆଇସିସି ଅଣ୍ଡର-୧୯ ଓ୍ଵାର୍ଲ୍ଡ କପ୍‌ରେ ପରାଜିତ ହୋଇଛି। ଏହି ପରାଜୟ ସହ ଭାରତର ପଞ୍ଚମ ବିଶ୍ୱ ରେକର୍ଡର ସ୍ୱପ୍ନ ମଧ୍ୟ ଧୂଳିସାତ୍‌ ହୋଇଛି। ପଡ଼ୋଶୀ ବାଂଲାଦେଶୀ ଭାରତକୁ ଫାଇନାଲରେ ତିନିଟି ଓ୍ଵିକେଟ୍‌ରେ ହରାଇଛି। ତେବେ ଏହି ବିଜୟ ପରେ ବାଂଲାଦେଶୀର ଖେଳାଳିମାନେ ଆଉ ଇନ୍ଦ୍ରଚନ୍ଦ୍ର ମାନି ନାହାନ୍ତି। ସେମାନେ ଭାରତୀୟ ଖେଳାଳିଙ୍କୁ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଦେଖନ୍ତୁ ଭିଡିଓ:

ମ୍ୟାଚ୍‌ ଜିତି ସାରିବା ପରେ ସମସ୍ତ ବାଂଲାଦେଶୀ ଖେଳାଳି ପଡ଼ିଆ ମଝିକୁ ଦଉଡ଼ି ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖେଳାଳି ଜଣେ ଭାରତୀୟ ଖେଳାଳିଙ୍କ ସାମ୍ନାରେ ଠିଆ ହୋଇ କିଛି ଅପମାନସୂଚକ ଶବ୍ଦ କହିଥିଲେ। ପରେ ଅମ୍ପାୟାର ତାଙ୍କୁ ଏଭଳି କରିବାରୁ ବିରତ ରହିବାକୁ କହିଥିଲେ। ମାତ୍ର ସେ ନ ଶୁଣିବାରୁ ଭାରତୀୟ ଖେଳାଳି ତାଙ୍କୁ ଠେଲି ଦେଇଥିଲେ। ଏନେଇ ବାଂଲାଦେଶୀର କ୍ୟାପଟେନ୍‌ ଅକବର ଅଲ୍ଲୀ ଦୁଃଖିତ ହେବା ସହ କହିଛନ୍ତି ଯେ ଯାହା ହୋଇଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ।

ସୂଚନାଯୋଗ୍ୟ ଯେ ବାଂଲାଦେଶ ପ୍ରଥମ ଥର ପାଇଁ ୧୯ ବର୍ଷରୁ କମ୍‌ ବୟସର କ୍ରିକେଟ୍‌ରେ ବିଶ୍ୱକପ୍‌ ହାସଲ କରିଛି। ଖାସ୍‌ କଥା ହେଉଛି ଏହା ପୂର୍ବରୁ ବାଂଲାଦେଶୀ କେବେ ବି କୌଣସି ବିଶ୍ୱକପ୍‌ ଜିତି ନଥିଲା। ତେବେ ଭାରତୀୟ ଟିମ୍‌ ସପ୍ତମ ଥର ପାଇଁ ଫାଇନାଲରେ ପହଞ୍ଚିଥିଲା। ମାତ୍ର ୩ଟି ମ୍ୟାଚ୍‌ରେ ପରାଜୟବରଣ କରିଥିଲା ଭାରତ। ସବୁଠାରୁ ଅଧିକ ଚାରି ଥର ପାଇଁ ଭାରତ ଏହି ବିଶ୍ୱ କପ୍‌ ଜିତିବା ସୌଭାଗ୍ୟ ଅର୍ଜନ କରିଛି।

Leave A Reply

Your email address will not be published.