ଭଦ୍ରକ : ଲଗାଣ ବର୍ଷାରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା, ଜିଲ୍ଲାର ୬ଟି ବ୍ଲକର ୯୩ଟି ପଞ୍ଚାୟତ ପାଣି ଘେରରେ

ଭଦ୍ରକ (କେନ୍ୟୁଜ୍) : ଫୁଲୁଛି ବୈତରଣୀ। ଭଦ୍ରକ ଜିଲ୍ଲା ଆଖୁଆପଦା ନିକଟରେ ବନ୍ୟା ଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଏଠାରେ ବିପଦ ସଂକେତ ୧୭.୮୩ ମିଟର ରହିଛି। ଲଗାଣ ବର୍ଷାରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଆସି ଭଦ୍ରକ ଜିଲ୍ଲା ୬ଟି ବ୍ଲକର ୯୩ଟି ପଞ୍ଚାୟତ ପାଣି ଘେରରେ ରହିଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କିଛି ଲୋକଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି । ଏକର ଏକର ଚାଷ ଜମି ଜଳମଗ୍ନ ହୋଇପଡ଼ିଛି । ଭଦ୍ରକ, ଧାମନଗର, ଭଣ୍ଡାରୀପୋଖରୀ ଓ ଚାନ୍ଦବାଲି ବ୍ଲକର ୫୮ହଜାର ୯୪୭ ହେକ୍ଟର ଜମିରେ ପାଣି ମାଡିଯାଇଛି। ଫଳରେ ଧାନ ତଳି ପଚି ନଷ୍ଟ ହୋଇଯାଇଛି। ତେବେ କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.