ମାଉଣ୍ଟ ଏଭରେଷ୍ଟରେ ମଧ୍ୟ ଟ୍ରାଫିକ୍‌ ଜାମ୍‌, ଟର୍ଚ୍ଚ ଲାଇଟ୍‌ରେ ଶିଖର ଚଢ଼ୁଛନ୍ତି ପର୍ବତାରୋହୀ, ଦେଖନ୍ତୁ ଭିଡିଓ

ମାଉଣ୍ଟ ଏଭରେଷ୍ଟ ପର୍ବତାରୋହୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସ୍ଥିତି ଏଭଳି ହୋଇଯାଇଛି ଯେ ଏମାନଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ଫଳରେ ୮,୮୪୮ ମିଟର ଉଚ୍ଚ ଶିଖର ଉପରେ ବି ଟ୍ରାଫିକ୍‌ ଜାମ୍‌ ଲାଗିଛି।

ଆଇଏଫ୍‌ଏସ୍‌ ଅଫିସର ପରଓ୍ଵିନ୍‌ କାସ୍‌ଓ୍ଵାନ ଏଭରେଷ୍ଟର ଏକ ଫଟୋ ଶେୟାର କରିଛନ୍ତି। ଫଟୋଟି ରାତି ସମୟର। ଏଥିରେ ପର୍ବତାରୋହୀମାନେ ଟର୍ଚ୍ଚ ଲାଇଟ୍‌ରେ ପର୍ବତ ଚଢ଼ୁଥିବା ଦେଖିବାକୁ ମିଳୁଛି। ଏଭରେଷ୍ଟରେ ଚଢ଼ୁଥିବା ଲୋକଙ୍କ ସଂଖ୍ୟା ଅଧିକ ହୋଇଯିବାରୁ ସେମାନେ ଏଠି ସେଠି ବସିଥିବା ନଜର ଆସୁଛନ୍ତି। ଫଟୋ ଶେୟାର କରି ଅଫିସର ଲେଖିଛନ୍ତି, ‘ଆଲୋକ ସାହାଯ୍ୟରେ ପର୍ବତ ଚଢ଼ିବା ପାଇଁ ସାହସ ଦରକାର’।

Leave A Reply

Your email address will not be published.