ଖୋର୍ଦ୍ଧା ଜଟଣୀ ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୨ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ ଡ୍ରଗ ଟ୍ୟାସ୍କ ଫୋର୍ସ

ଖୋର୍ଦ୍ଧା : ଜବତ ହେଲା ୮୭ଗ୍ରାମ ବ୍ରାଉନସୁଗାର। ଏହାର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ। ଖୋର୍ଦ୍ଧା ଜଟଣୀ ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି। କମିଶନରେଟ ପୋଲିସ ଡ୍ରଗ ଟ୍ୟାସ୍କ ଫୋର୍ସ ୨ଟି ସ୍ଥାନରେ ଚଢାଉ କରିଥିଲା। ଚଢାଉରେ ୮୭ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ ।

arrest ଅଭିଯୁକ୍ତ ସୁକାନ୍ତଙ୍କ ଘର ପଟ୍ଟାମୁଣ୍ଡାଇ ଅଞ୍ଚଳର ହୋଇଥିବା ବେଳେ ଦିଲ୍ଲୀପର ଘର ଖୋର୍ଦ୍ଧା ଜରିପୁଟ ଅଞ୍ଚଳର ବୋଲି ଜଣାପଡିଛି । ନୟାପଲ୍ଲୀ ଅଞ୍ଚଳର ଲକ୍ଷ୍ମଣ ନାୟକ ବସ୍ତିରୁ ସୁକାନ୍ତ ବେହେରା ଓ ଜଟଣୀ ଥାନା ଅଧିନ ଆଇଆଇଟି ରୋଡରୁ ଦିଲ୍ଲୀପ ହରିଚନ୍ଦନ ଧରା ପଡିଥିଲେ । ସେମାନଙ୍କ ଠାରୁ ବାଇକ ସହ ନଗଦ ଟଙ୍କା ଜବତ କରିଛି ପୋଲିସ ।

Leave A Reply

Your email address will not be published.