Below header

କରୋନାକୁ ମାତ୍‌ ଦେଇ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଏହି ମହିଳା, ବଖାଣିଲେ ନିଜ ଅନୁଭୂତିର କାହାଣୀ, ପଢ଼ନ୍ତୁ ଏହି ରିପୋର୍ଟ

ଏଲିଜାବେଥ୍‌ ସ୍ନେଇଡର, ଆମେରିକାର ଓ୍ଵାଶିଂଟନ ରାଜ୍ୟର ସବୁଠାରୁ ବଡ଼ ସହର ସିଏଟଲ୍‌ରେ ରୁହନ୍ତି। ନିକଟରେ ସେ ନୋବେଲ କରୋନା ଭାଇରସ୍‌କୁ ମାତ୍‌ ଦେଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ୩୭ ବର୍ଷୀୟା ଏହି ମହିଳା ଜଣକ ଘାତକ କରୋନାରେ ଆକ୍ରାନ୍ତ ଥିବା ବେଳର ନିଜ ଅନୁଭୂତି ବଖାଣିବାକୁ ଯାଇ ସାଧାରଣ ଲୋକଙ୍କୁ ଏକ ସଚେତନଧର୍ମୀ ବାର୍ତ୍ତା ଦେଇଛନ୍ତି। ଏଲିଜାବେଥ୍‌ କହିଛନ୍ତି, ‘ଡରନ୍ତୁ ନାହିଁ। ଅଧିକ ପୀଡ଼ିତ ବ୍ୟକ୍ତିଙ୍କ ବିଷୟରେ ଭାବନ୍ତୁ ଏବଂ ଭାଇରସ୍‌ ସଂକ୍ରମଣର ପ୍ରାରମ୍ଭିକ ସ୍ତରରେ ଘରେ ହିଁ ରୁହନ୍ତୁ’। ସବୁଠାରୁ ବଡ଼ କଥା ହେଉଛି, ଏଲିଜାବେଥ୍‌ ଚିକିତ୍ସିତ ହେବା ପାଇଁ କୌଣସି ହସ୍ପିଟାଲ ଯାଇ ନ ଥିଲେ, ବରଂ ଘରେ ହିଁ ନିଜେ ନିଜର ଚିକିତ୍ସା କରାଇଥିଲେ। ତେବେ ତାଙ୍କ କହିବା ହେଲା, ଘରେ ରହି ଆପଣଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ନିଜକୁ ଅନ୍ୟଠାରୁ ଅଲଗା ରଖିବାକୁ ପଡ଼ିବ।

'Don't panic' says US woman who recovered from coronavirus

ପାର୍ଟିରୁ ଫେରି ଆକ୍ରାନ୍ତ ହୋଇଥିଲେ

୨୫ ଫେବୃୟାରୀରେ ସ୍ନେଇଡର ଏକ ପାର୍ଟିକୁ ଯାଇଥିଲେ। ସେଠାରୁ ଫେରିବାର ୩ ଦିନ ପରେ ସେ ଫ୍ଲୁ ଭଳି ଲକ୍ଷଣସବୁ ନିଜ ଭିତରେ ଅନୁଭବ କରିଥିଲେ। ପଛରେ ଜଣାପଡ଼ିଥିଲା, ସେ ଯେଉଁ ସ୍ଥାନକୁ ଯାଇଥିଲେ, ସେଠି ପାଖାପାଖି ୫ ଜଣ ଲୋକ ସଂକ୍ରମିତ ହୋଇଥିଲେ। ଏଲିଜାବେଥ୍‌ ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ ଫ୍ଲୁକୁ ନେଇ ତୁରନ୍ତ ସଚେତନ ହୋଇଗଲି। ଯେତେବେଳେ ଉଠୁଥିଲି କିମ୍ବା କାମ କରିବାକୁ ବାହାରୁଥିଲି, ସେତେବେଳେ କେବଳ ଥକ୍କା ଲାଗୁଥିଲା। ଏହା ସାମାନ୍ୟଠାରୁ ଅଧିକ କିଛି ନ ଥିଲା। ଦ୍ୱିପ୍ରହର ସମୟରେ ମୋତେ ଜ୍ୱର ଏବଂ ଶରୀର ଯନ୍ତ୍ରଣା ସହ ମୁଣ୍ଡବିନ୍ଧା ହେଉଥିଲା, ଯାହାଫଳରେ ମୁଁ ଜୈବ ପ୍ରୋଦ୍ୟୋଗିକ କମ୍ପାନୀ ଅଫିସ୍‌ ଛାଡ଼ିବାକୁ ନିଷ୍ପତ୍ତି ନେଲି। ସେଠାରେ ମୁଁ ଜଣେ ବିପଣନ ପ୍ରବନ୍ଧକ ରୂପେ କାଯ୍ୟର୍ କରୁଥିଲି’।

k2

‘ଦିନେ ଘରେ ରାତିରେ ନିଦରୁ ଉଠିବା ପରେ ଶରୀରରେ ଉଚ୍ଚ ତାପମାତ୍ରା ପାଇଲି। ଏହା ୧୦୩ ଡିଗ୍ରୀ ଫାରେନହାଇଟ୍‌(୩୯.୪ ସେଲ୍‌ସିୟସ୍‌) ପଯ୍ୟର୍ନ୍ତ ପହଞ୍ଚିଯାଇଥିଲା। ଦେହରେ କମ୍ପନ ହେଉଥିଲା ଏବଂ ମୋତେ ଥଣ୍ଡା ଲାଗୁଥିଲା। ଶରୀର ଅତ୍ୟଧିକ ଫୋଡ଼ି ହେଲା ଭଳି ଲାଗୁଥିଲା। ଏଥିପାଇଁ ମୁଁ ବଡ଼ ଚିନ୍ତାରେ ପଡ଼ିଗଲି’ ବୋଲି ଏଜିଲାବେଥ୍‌ କହିଛନ୍ତି। ତେବେ ସେ ଲକ୍ଷଣଗୁଡ଼ିକର ଚିକିତ୍ସା ପାଇଁ ‘ଓଭର-ଦ-କାଉଣ୍ଟର ଫ୍ଲୁ’ ଔଷଧ ଆଣି ରଖିଲେ ଏବଂ ତାଙ୍କର ଜଣେ ସାଙ୍ଗକୁ ଜରୁରିକାଳୀନ ସ୍ଥିତିରେ ଷ୍ଟାଣ୍ଡବାଇ ରୂପେ ରହିବା ପାଇଁ ଘରକୁ ଡକାଇଲେ। ଏପଟେ ସେ ଲଗାତାର କରେନା ଭାଇରସ୍‌ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ନ୍ୟୁଜ୍‌ ରିପୋର୍ଟକୁ ଫଲୋ କରୁଥିଲେ। ଏହାରି ଭିତରେ ଦେଶରେ ୧,୧୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା ଏବଂ ସେଥିମଧ୍ୟରୁ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା।

k4

ପ୍ରଥମେ ଏଲିଜାବେଥ୍‌ଙ୍କୁ ଏହା ସାମାନ୍ୟ ଜ୍ୱର, ଥଣ୍ଡା ବୋଲି ଲାଗୁଥିଲା। କାଶ ଏବଂ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉ ନ ଥିବାରୁ ତାଙ୍କୁ କରୋନା ଭାଇରସ୍‌ ହୋଇ ନ ଥିବା ସେ ଭାବିଥିଲେ। ତେଣୁ ସେ ଡାକ୍ତରଙ୍କ ପାଖକୁ ଯିବାକୁ ଉଚିତ ଭାବି ନ ଥିଲେ। କିଛିଦିନ ପରେ, ତାଙ୍କର ଜଣେ ସାଙ୍ଗର ଫେସ୍‌ବୁକ ପୋଷ୍ଟ ମାଧ୍ୟମରେ ସେ ଜାଣିବାକୁ ପାଇଲେ ଯେ ପାର୍ଟିରେ କେତେକ ଲୋକ ସମାନ ଲକ୍ଷଣ ଅନୁଭବ କରିଥିଲେ, ଯାହାକୁ ନେଇ ତାଙ୍କ ସନ୍ଦେହ ଆହୁରି ବଢ଼ିଯାଇଥିଲା। କିଛି ଜଣ ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷଣ କରିଥିଲେ, କିନ୍ତୁ ସେଥିରୁ କିଛି ବାହାରି ନ ଥିଲା।

ଏହାଶୁଣି ସେ ନିଜର ବି ପରୀକ୍ଷଣ କରିବାକୁ ଚାହିଁଥିଲେ। ସେ ସିଏଟଲ୍‌ ଫ୍ଲୁ ଅଧ୍ୟୟନ ନାମକ ଏକ ରିସର୍ଚ୍ଚ କାଯ୍ୟର୍କ୍ରମରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଲେ। ସେଠି ତାଙ୍କର ପରୀକ୍ଷା କରାଯାଇ ତାଙ୍କୁ କିଛି ଦିନ ଅପେକ୍ଷା କରିବାକୁ କୁହାଯାଇଥିଲା। ଶେଷରେ ୭ ମାର୍ଚ୍ଚରେ ରିସର୍ଚ୍ଚ କାଯ୍ୟର୍କ୍ରମର କୋ-ଅର୍ଡିନେଟରଙ୍କଠାରୁ ଏକ ଫୋନ୍‌ କଲ୍‌ ଆସିଥିଲା ଏବଂ ତାଙ୍କୁ କୁହାଯାଇଥିଲା କି, COVID-19 ପାଇଁ କରାଯାଇଥିବା ଏହି ଟେଷ୍ଟ ପଜିଟିଭ୍‌ ବାହାରିଛି। ଏ ବିଷୟରେ ସେ ମା’ଙ୍କୁ କହିବା ପରେ ତାଙ୍କ ମା’ କାନ୍ଦି ପକାଇଥିଲେ। ଯଦିଓ ଏଲିଜାବେଥ୍‌ ଏକ ବଡ଼ ରୋଗ ହେଲା ଭଳି ଅନୁଭବ କରୁ ନ ଥିଲେ, କିନ୍ତୁ ଘଟଣାକୁ ନେଇ ସେ ବହୁତ ଆଶ୍ଚଯ୍ୟର୍ ହୋଇଯାଇଥିଲେ।

k5

ସ୍ଥାନୀୟ ଜଣେ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କୁ କହିଥିଲେ, ଆକ୍ରାନ୍ତ ହେବା କ୍ଷଣି ଅତି କମ୍‌ରେ ୭ ଦିନ ଏବଂ ଲକ୍ଷଣ ଦବିଯିବା ପରେ ୭୨ ଘଣ୍ଟା ଘରେ ରହିବାକୁ। ତେଣୁ ଡାକ୍ତରଙ୍କ ପରାମର୍ଶ ମାନି ସେ ଘରେ ସତର୍କ ରହିଥିଲେ। ଧୀରେ ଧୀରେ ଏଲିଜାବେଥ୍‌ ସୁସ୍ଥ ଅନୁଭବ କରିଥିଲେ ଏବଂ ବାହାରକୁ ଯିବା ବି ଆରମ୍ଭ କରିଦେଇଥିଲେ। ବର୍ତ୍ତମାନ ସେ ବଡ଼ ବଡ଼ ସଭା, ସମିତିଠାରୁ ନିଜକୁ ଦୂରେଇ ରଖିଛନ୍ତି ଏବଂ ଘରୁ କାମ କରିବା ଜାରି ରଖିଛନ୍ତି। ଏଲିଜାବେଥ୍‌ କହିଛନ୍ତି, ‘ଯଦି ଆପଣଙ୍କ ଲକ୍ଷଣ ଜୀବନ ପାଇଁ କ୍ଷତିକାରକ ନୁହେଁ, ତା’ହେଲେ ଘରେ ହିଁ ରୁହନ୍ତୁ। ଓଭର-ଦ-କାଉଣ୍ଟର ଔଷଧ ସହିତ ମେଡିସିନ୍‌ ଖାଆନ୍ତୁ। ପ୍ରଚୁର ପାଣି ପିଅନ୍ତୁ ଏବଂ ବହୁତ ଆରାମ କରନ୍ତୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.