ଭୁବନେଶ୍ୱର (କେ ନ୍ୟୁଜ୍) : ସୁନା ଦର କେତେବେଳେ ବଢୁଛି ତ ପୁଣି କେତେବେଳେ କମି ଯାଉଛି । ତେଣୁ ଗ୍ରାହକଙ୍କୁ ଦୈନିକ ଏହାର ମୂଲ୍ୟ ଉପରେ ନଜର ରଖିବାକୁ ପଡୁଛି । ଆସନ୍ତୁ ଜାଣିବା ଆଜି ରାଜଧାନୀ ଭୁବନେଶ୍ୱରରେ ସୁନା ଦର କେତେ ରହିଛି । ଯାହା ସୂଚନା ମିଳିଛି ଗତକାଲିର ଦର ଠାରୁ ଆଜି ମାତ୍ର ୧୦ ଟଙ୍କା ବୃଦ୍ଧି ପାଇଛି । ଆଜି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ର ମୂଲ୍ୟ ରହିଛି ୪୧ ହଜାର ୮୫୦ ଟଙ୍କା । ଯାହା କାଲି ଥିଲା ୪୧ ହଜାର ୮୪୦ ଟଙ୍କା । ସେହିପରି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ର ମୂଲ୍ୟ ରହିଛି ୪୫ ହଜାର ୭୧୦ ଟଙ୍କା । ଗତକାଲି ଏହା ଥିଲା ୪୫ ହଜାର ୭୦୦ ଟଙ୍କା ।