ବୃଦ୍ଧ ଦମ୍ପତିଙ୍କ ମଧ୍ୟରେ କାଚର କାନ୍ଥ ଛିଡ଼ା କରିଦେଲା କରୋନା ଭାଇରସ୍‌, ମନକୁ ଛୁଇଁ ଯିବ ଏହି ଦୃଶ୍ୟ

କାଚ କାନ୍ଥର ଏପଟେ ମୁଁ ସେପଟେ ଜୀବନ। ଓଡ଼ିଆ ଚଳଚ୍ଚିତ୍ରର ଏହି ମନଛୁଆଁ ଗୀତ ଏବେ ପ୍ରକୃତ ଜୀବନରେ ସତ ହୋଇଛି। ଜଣେ ବୃଦ୍ଧ ଦମ୍ପତିଙ୍କ କ୍ଷେତ୍ରରେ ଏହି ଗୀତଟି ସତ ହୋଇଛି। କରୋନା ଯୋଗୁ ଲାଗିଥିବା ଭୟାବହ ସ୍ଥିତି ଯୋଗୁ ସିଧାସଳଖ ଭେଟିବା ମନା ଥିବାରୁ ବୃଦ୍ଧ ଦମ୍ପତି ପରସ୍ପରକୁ କାଛ କାନ୍ଥ ମାଧ୍ୟମରେ ଭେଟିଛନ୍ତି। ଏହି ଦୃଶ୍ୟଟି ଏତେ ମାତ୍ରାରେ ମନକୁ ଛୁଇଁଛି ଯେ ଖୁବ୍‌ କମ୍‌ ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ରିପୋର୍ଟ ମୁତାବକ ଡୋରୋଥୀ କେମ୍ବଲଙ୍କ ବୟସ ୮୮ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଜିନ୍‌ କେମ୍ବଲଙ୍କ ବୟସ ୮୯ ବର୍ଷ। ଜିନ୍‌ କେମ୍ବଲ କରୋନ ଭାଇରସ୍‌ରେ ପୀଡ଼ିତ ଥିବା ବେଳେ ଓ୍ଵାଶିଂଟନ୍‌ର ଲାଇଫ କେୟାର ସେଣ୍ଟରରେ ତାଙ୍କ ଚିକିତ୍ସା ଚାଲିଛି।

couple3

ତେବେ ସ୍ୱାମୀଙ୍କୁ ଭେଟିବାକୁ ଡୋରୋଥୀ ହସ୍ପିଟାଲ ଯାଇଥିବା ବେଳେ ସଂକ୍ରମଣ ଭୟରେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଭେଟିବାକୁ ଦେଇନଥିଲେ। ଏହି ଯୋଡ଼ି ପରସ୍ପରକୁ କାଚ କାନ୍ଥ ମାଧ୍ୟମରେ ଭେଟିଥିଲେ ଓ ଫୋନ୍‌ ଯୋଗେ କଥା ବାର୍ତ୍ତା ହୋଇଥିଲେ।

couple2

ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି। ବିବାହର ୬୦ ବର୍ଷ ପରେ ବି ଏହି ଦମ୍ପତିଙ୍କର ପରସ୍ପର ପ୍ରତି ଥିବା ଭଲ ପାଇବାକୁ ଲୋକେ ଖୁବ୍‌ ପ୍ରଶଂସା କରିଛନ୍ତି। ଲୋକେ କହିଛନ୍ତି ଯେ କରୋନା ଭାଇରସ୍‌ ଯୋଗୁ ଦୁଇ ପ୍ରେମୀ ଯୁଗଳଙ୍କ ମଝିରେ କାନ୍ଥ ଆସିଯାଇଛି।

Leave A Reply

Your email address will not be published.