Below header

ପୁଣି ଅଲୋଡା ହେଲା ଶିଶୁ କନ୍ୟା, ଅନୁଗୁଳ ବସଲା ସାହି ନିକଟ ମଶାଣିରୁ ଉଦ୍ଧାର ହେଲା ନବଜାତ

ଅନୁଗୁଳ(କେନ୍ୟୁଜ୍): ସତରେ ଭଗବାନଙ୍କ ବିଚାର କାହା ପାଇଁ କେମିତି । କିଏ ଛୁଆଟିଏ ପାଇବା ପାଇଁ ବିକଳ ହୋଇ ଅଳି କରିଥାଏ ତ ଆଉ କିଏ ଛୁଆଟି ପାଇବାପରେ ତାକୁ ରାସ୍ତାକଡରେ ଫୋପାଡି ଦେଇଥାଏ । ସତରେ କଣ ଗୋଟେ ମା’ର ହୃଦୟ ଏତେ କଠୋର ହୋଇପାରେ? ନିଜ ଛୁଆଟି ପାଇଁ ସବୁବେଳେ ସଂଘର୍ଷ କରୁଥିବା ମା’ କଣ କେବେ ତାର ଜନ୍ମ କଲା ଛୁଆକୁ ଏମିତି ଫୋପାଡି ଦେଇ ଚାଲିଯାଇପାରେ? ଏ ପ୍ରଶ୍ନର ଉତ୍ତର କେବଳ ସେହି ମା ମାନେ ଦେଇପାରିବେ ଯେଉଁମାନେ ନିଜ ଦୋଷର ଦଣ୍ଡ ଏହି କୋମଳମତି ଶିଶୁମାନଙ୍କୁ ଦେଇଥାନ୍ତି ।

childଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଆଜି କଥା ହେବାର କାରଣ ପଛରେ ରହିଛି ଆଉ ଏକ କୋମଳତି ଶିଶୁ କନ୍ୟା, ଯିଏ ବାପା ମା’ଙ୍କ ପାପ କର୍ମର ଦଣ୍ଡ ପାଇଛି, ଯିଏ ବୋଧହୁଏ ଏକ କନ୍ୟାଟି ହୋଇ ଜନ୍ମ ହୋଇଥିବାରୁ ନିଜ ପରିବାର ପାଇଁ ଅଦରକାରୀ ହୋଇପଡିଛି। ଯାହାକୁ ଉଦ୍ଧାର କରାଯାଇଛି ଏକ ମଶାଣିରୁ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦର ବସଲା ସାହି ନିକଟରେ ଥିବା ଏକ ମଶାଣିରୁ ଉଦ୍ଧାର ହୋଇଛି ଏହି ନବଜାକ ଶିଶୁ କନ୍ୟା। ଆଜି ସକାଳେ ଗାଁର ଜଣେ ବ୍ୟକ୍ତି ଶୌଚ ପାଇଁ ଯାଉଥିବା ବେଳେ ଶିଶୁ କନ୍ୟାଟିର କାନ୍ଦ ଶୁଣିଥିଲେ। ପରେ ସେ ମଶାଣୀରେ ପଡିଥିବା ଏକ ବ୍ୟାଗରେ ନବଜାତ ଶିଶୁଟି ଥିବା ଜାଣିବାକୁ ପାଇଥିଲେ । ଏହାପରେ ଘଟଣା ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲା।

child rescuedଆମ ଦେଶରେ ଝିଅ ମାନଙ୍କ ସୁରକ୍ଷାକୁ ନେଇ ଅନେକ ସଚେତନ କରାଯାଉଛି । ବେଟି ବଢାଓ ବେଟି ପଢାଓ ଭଳି ନାରା ଦିଆଯାଉଛି । ତଥାପି ଏ ସମାଜରେ ଥିବା କିଛି ନିର୍ବୋଧ ମଣିଷ ଆଜି ବି ଏକଥାକୁ ସହଜରେ ଗ୍ରହଣ କରିପାରୁନାହିଁ। ଏଦିଗରେ ସରକାର କଠୋରରୁ କଠୋର କାର୍ଯ୍ଯନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଥିଲେ ମଧ୍ଯ ଏଭଳି କରୁଥିବା ବାପା ମାଙ୍କୁ ଧରାଯାଇ ଦଣ୍ଡ ମିଳିବା ଘଟଣା ଆଜି ଯାଏ ଦେଖିବାକୁ ମିଳିନି କହିଲେ ଭୁଲ୍ ହେବନାହିଁ । ଯେଉଁ କାରଣରୁ ଦିନକୁ ଦିନ ଏଭଳି ଘଟଣା ବଢିଚାଲିଥିବାବେଳେ, ପିଲାଟି କାହାର ଏବଂ କିଏ କେଉଁ ପରିସ୍ଥିତିରେ ଏଭଳି ନିର୍ଦ୍ଦୟ ଭାବେ ଶିଶୁଟିକୁ ଛାଡି ଛୁ ମାରିଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଅନୁଗୁଳରୁ ମାନସ ମିଶ୍ରଙ୍କ ରିପୋର୍ଟ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.