୮୦ରୁ ଅଧିକ ମହିଳାଙ୍କୁ କରିଥିଲେ ଯୌନ ଶୋଷଣ! ଏବେ ହଲିଉଡ୍‌ ଫିଲ୍ମ ନିର୍ମାତା ହାର୍ଭେ ଓ୍ଵାଇନ୍‌ଷ୍ଟିନଙ୍କୁ ୨୩ ବର୍ଷ ସଶ୍ରମ କାରାଦଣ୍ଡ

ଯୌନ ଶୋଷଣ ଏବଂ ଦୁଷ୍କର୍ମ ଅଭିଯୋଗ ମାମଲାରେ ଦୋଷୀ ସାବ୍ୟସ୍ତ ହଲିଉଡ୍‌ର ପୂର୍ବତନ ଫିଲ୍ମ ନିର୍ମାତା ହାର୍ଭେ ଓ୍ଵାଇନ୍‌ଷ୍ଟିନଙ୍କୁ ୨୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଯାଇଛି। ବୁଧବାର କୋର୍ଟଙ୍କ ଶୁଣାଣି ସମୟରେ ହାର୍ଭେ ହ୍ଵିଇଲ୍‌ଚେୟାରରେ ଉପସ୍ଥିତ ଥିଲେ। ହାର୍ଭେଙ୍କ ଓକିଲ ଦଣ୍ଡକୁ କୋହଳ କରିବା ପାଇଁ କୋର୍ଟଙ୍କୁ ଅପିଲ କରିଥିଲେ ଏବଂ କହିଥିଲେ କି, ‘ହାର୍ଭେଙ୍କ ପାଇଁ ନ୍ୟୂନତମ ୫ ବର୍ଷର ଜେଲ୍‌ ଦଣ୍ଡ, ଆଜୀବନ କାରାଦଣ୍ଡ ଭଳି ହିଁ ହେବ’। ତେବେ ୬୭ ବର୍ଷୀୟ ଏହି ଫିଲ୍ମ ନିର୍ମାତାଙ୍କୁ ନେଇ ପ୍ରୋସିକ୍ୟୁଟର ଯୁକ୍ତି କରିଥିଲେ ଯେ ‘ମହିଳାଙ୍କ ପ୍ରତି ତାଙ୍କର ଏଭଳି ଆଚରଣ ପାଇଁ ଅଧିକତମ ଦଣ୍ଡ ଦିଆଯିବା ଉଚିତ’।

h1

ସେପଟେ ନ୍ୟାୟାଧୀଶ ଜେମ୍ସ ବର୍କ, ଓ୍ଵାଇନ୍‌ଷ୍ଟିନଙ୍କ ପକ୍ଷର ୟାଚିକାକୁ ଖାରଜ କରିଦେଇଥିଲେ। ଓ୍ଵାଇନ୍‌ଷ୍ଟିନ ପ୍ରଥମ ଥର କୌଣସି କୋର୍ଟରେ ନିଜ ପକ୍ଷ ରଖି କହିଥିଲେ, ‘ମୋତେ ପ୍ରବଳ ଆକ୍ରୋଶ ଆସୁଛି’। ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ଆଉ କହିଥିଲେ କି, ‘#MeToo Movement ସମୟରେ ଯେଉଁଭଳି ସବୁ ବୟାନ ଆସିଥିଲା, ତାହା ମୋତେ ଏବଂ ବାକି ପୁରୁଷମାନଙ୍କୁ କନ୍‌ଫ୍ୟୁଜ୍‌ କରିଦେଇଥିଲା’।

h3

ସୂଚନାଥାଉ କି, ଓ୍ଵାଇନ୍‌ଷ୍ଟିନଙ୍କ ନାଁରେ ୮୦ରୁ ଅଧିକ ମହିଳା ଯୌନ ଶୋଷଣ ଏବଂ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପ୍ରସିଦ୍ଧ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ସମେତ ହଲିଉଡ୍‌ର ନାମୀଦାମୀ ଅଭିନେତ୍ରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଲଗାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.