Vodafone-idea ର ସବୁଠାରୁ ଶସ୍ତା ପ୍ଲାନ, ପ୍ରତ୍ୟେକ ଦିନ ମାଗଣା କଲିଂ ସହ ପାଇବେ 1GB ଡାଟା

ପ୍ରାୟତଃ ଲୋକଙ୍କ ପାଖରେ ଭୋଡାଫୋନ ସିମ୍‌ ରହିଥିବ। ଅନେକ ଲୋକ ଭୋଡାଫୋନ ଏବଂ ଆଇଡିଆ ସିମ୍‌ ଉପରେ ସମାୟୋଜିତ ସମୁଦାୟ ଆୟ (ଏଜିଆର) ର ବକେୟା ରାଶିକୁ ନେଇ ମଧ୍ୟ ଚିନ୍ତା ହେଉଛି, ଯଦି କମ୍ପାନୀ ଏଜିଆରର ରାଶି ଜମା ନକରନ୍ତି ତେବେ କମ୍ପାନୀ ବନ୍ଦ ହୋଇଯିବ କିନ୍ତୁ ଏଭଳି କିିଛି ହେବ ନାହିଁ, ଆପଣଙ୍କ ସେବା ଜାରି ରହିବ। ଏପରିକି ସମସ୍ତ କମ୍ପାନୀ ନିଜର ପ୍ରି-ପେଡ୍‌ ପ୍ଲାନ ମହଙ୍ଗା କରିସାରିଛନ୍ତି କିନ୍ତୁ ଆପଣଙ୍କୁ ରିଚାର୍ଜ କରିବାକୁ ପଡିବ। ତେବେ ଆଜି ଆମେ ଆପଣଙ୍କୁ ଭୋଡାଫୋନ ଆଇଡିଆର ୫ଟି ବେଷ୍ଟ ଏବଂ ଶସ୍ତା ପ୍ଲାନ ବିଷୟରେ କହିବୁ। ଯେଉଁଥିରେ ଆପଣଙ୍କୁ ଅନଲିମିଟେଡ କଲିଂ ସହ ଡାଟା ମିଳିପାରିବ।

୧୯୯ ଟଙ୍କା ପ୍ଲାନ

ଭୋଡାଫୋନ ଏବଂ ଆଇଡିଆର ୧୯୯ ଟଙ୍କିଆ ପ୍ଲାନରେ ୨୪ ଦିନର ବୈଧତା ରହିଛି। ଏହି ପ୍ଲାନ ଜରିଆରେ ଆପଣ ପ୍ରତ୍ୟେକ ଦିନ ୧ଜିବି ଡାଟା ପାଇପାରିବେ। ଏହାବ୍ୟତୀତ ସବୁ ନେଟଓ୍ଵର୍କ ଉପରେ ଅନଲିମିଟେଡ କଲିଂ କରିପାରିବେ। ଏଥିସହ ଜି୫ ଆପ୍‌ର ସବ୍ସକ୍ରିପସନ ମଧ୍ୟ ମିଳିବ।

voda୨୧୯ ଟଙ୍କା ପ୍ଲାନ

ଏହି ପ୍ଲାନରେ ମଧ୍ୟ ଆପଣ ପ୍ରତ୍ୟେକ ଦିନ ୧ ଜିବି ଡାଟା ଏବଂ ଅନଲିମିଟେଡ କଲିଂର ସୁବିଧା ପାଇପାରିବେ। ଏହି ପ୍ଲାନର ବୈଧତା ୨୮ ଦିନ ରହିଛି।

୨୪୯ ଟଙ୍କା ପ୍ଲାନ

ଏହି ପ୍ଲାନର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏଥିରେ ଅନଲିମିଟେଡ କଲିଂ ସହ ଡାଟା ଉପଲବ୍ଧ ରହିଛି କିନ୍ତୁ ଏଥିରେ ଡବଲ୍‌ ଡାଟାର ଅଫର୍‌ ମିଳୁଛି। ଯାହାଦ୍ୱାରା ଆପଣ ପ୍ରତ୍ୟେକ ଦିନ ୧.୫ଜିବି+୧.୫ଜିବି ଅର୍ଥାତ ସମୁଦାୟ ୩ଜିବି ଡାଟା ପାଇପାରିବେ। ଏହି ପ୍ଲାନରେ ମଧ୍ୟ ପ୍ରତ୍ୟେକ ଦିନ ଆପଣ ୧୦୦ ମେସେଜ୍‌ କରିବା ସହ ଜି୫ ଆପ୍‌ ଏବଂ ଭୋଡାଫୋନ ପ୍ଲେର ସବ୍ସକ୍ରିପସନ ମିଳିବ।

Vodafone-୨୯୯ ଟଙ୍କା ପ୍ଲାନ

ଭୋଡାଫୋନ-ଆଇଡିଆର ୨୯୯ଟଙ୍କିଆ ପ୍ଲାନରେ ୨୮ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୨ଜିବି ଡାଟା ପାଇପାରିବେ। ଏହି ପ୍ଲାନରେ ମଧ୍ୟ ଆପଣ ସମସ୍ତ ନେଟଓ୍ଵର୍କରେ ଅନଲିମିଟେଡ କଲିଂ ଏବଂ ପ୍ରତ୍ୟେକ ଦିନ ୧୦୦ ମେସେଜ୍‌ କରିପାରିବେ। ଏହାବ୍ୟତୀତ ଜି୫ ଆପ୍‌ ଏବଂ ଭୋଡାଫୋନ ପ୍ଲେର ସବ୍ସକ୍ରିପସନ ପାଇପାରିବେ।

୩୯୮ ଟଙ୍କା ପ୍ଲାନ

ଏହି ପ୍ଲାନରେ ଆପଣଙ୍କୁ ୨୮ ଦିନ ପର୍ଯ୍ୟନ୍ତ ୩ଜିବି ଡାଟା ମିଳିବ। ଏହାବ୍ୟତୀତ ଏହି ପ୍ଲାନରେ ସମସ୍ତ ନେଟଓ୍ଵର୍କରେ ଅନଲିମିଟେଡ କଲିଂ କରିପାରିବେ। ଏହି ପ୍ଲାନରେ ମଧ୍ୟ ଆପଣ ଜି୫ ଆପ୍‌ ଏବଂ ଭୋଡାଫୋନ ପ୍ଲେର ସବ୍ସକ୍ରିପସନ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.