ଝିଅଟି ଶୂନ୍ୟରେ ଉଡାଇଲା ଗାଡି ଓ ତାପରେ ହେଲା କିଛି ଏମିତି ଲୋକେ କହିଲେ-ପାପା କି ପରୀ, ରୋଡ ପର ଗିରୀ. . . ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓ ଏବେ ଲୋକଙ୍କୁ ଏତେ ମାତ୍ରାରେ ପସନ୍ଦ ଆସୁଛି ଯେ ଲୋକେ ଏହାକୁ ନିଜ ଫୋନରେ ଷ୍ଟାଟସ ମଧ୍ୟ ରଖୁଛନ୍ତି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ଯୁବତୀ ବ୍ରେକ୍‌ ମାରିବା ବଦଳରେ ଭୂଲରେ ଏକ୍ସିଲେଟର ମୋଡି ଦେଇଛନ୍ତି। ଯାହାପରେ ଗାଡି ଏବଂ ଗାଡି ଉପରେ ବସିଥିବା ଯୁବତୀ ଶୂନ୍ୟରେ ଉଡି କଚାଡି ହୋଇ ତଳେ ପଡିଲେ। ଏହାପରେ ଲୋକମାନେ ଦୌଡି ଆସି ଝିଅଟିକୁ ଗାଡିରୁ ଉଦ୍ଧାର କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। କିଛି ଲୋକ ଏହି ଭିଡିଓକୁ ଦେଖିବା ପରେ ହସ ବନ୍ଦ ହେଉନି। ସେହିପରି ଆଉ କିଛି ଲୋକ କମେଣ୍ଟରେ ପଚାରୁଛନ୍ତି ଝିଅଟିର କିଛି ହୋଇନି ତ?

ଭିଡିସରେ ଆପଣ ଦେଖିପାରୁଥିବେ ଯେ ଝିଅଟି ଗାଡି ବୁଲାବା ପାଇଁ ଏକ୍ସିଲେଟର ମୋଡି ଦେଇଛି, ସେ ଏତେ ଜୋରରେ ଏକ୍ସିଲେଟର ମୋଡିଛି ଯେ ଗାଡି ସାମ୍ନାରେ ଥିବା ଏକ ଗେଟକୁ ବାଡେଇ ହୋଇ ଶୂନ୍ୟରେ ଉଡି କଚାଡି ହୋଇ ତଳେ ପଡୁଛି। ଝିଅଟି ଏତେ ଜୋରରେ ଗାଡି ସହ ତଳେ ପଡୁଛି ଯେ ଆପଣ ଦେଖିଲେ ଆପଣଙ୍କ ହସ ବନ୍ଦ ହେବନାହିଁ। ସେହିପରି ଭିଡିଓକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରୀୟା ଦେଉଛନ୍ତି।

ଏହି ଭିଡିଓକୁ ଫେସବୁକରେ ସେୟାର କରଯାଇଛି। ଏହାସହିତ କ୍ୟାପସରେ ଲେଖା ହୋଇଛି, ‘ପାପା କି ପରୀ, ରୋଡ ପର ପଡି’। ଏହି ଭିଡିଓକୁ ୧୧ ମାର୍ଚ୍ଚରେ ସେୟାର କରାଯାଇଥିଲା। ଯାହାକୁ ଏବେ ପଯ୍ୟର୍ନ୍ତ ୧୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହାସହିତ ଅନେକ ପ୍ରକାର କମେଣ୍ଟସ ମଧ୍ୟ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.