କରୋନାକୁ ମାତ୍‌ ଦେବା ପାଇଁ ଆମେରିକା ଆଜି ଠାରୁ ଆରମ୍ଭ କରୁଛି ପରୀକ୍ଷଣ, ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଭାରତ, ବ୍ରିଟେନ ଏବଂ ଆମେରିକା ସମତେ କରୋନା ଭାଇରସ କୋବିଡ୍‌ ୧୯ ଏବେ ଦୁନିଆର ୧୨୩ଟି ଦେଶରେ ବ୍ୟାପିଗଲାଣି ଏବଂ ଏହି ଭାଇରସ କାରଣରୁ ପାଞ୍ଚ ହଜାର ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ସେହିପରି ସାରା ଦୁନିଆରେ ଏହି ସଂକ୍ରମଣ ୧୩୬,୮୯୫ ମାମଲା ସାମ୍ନାକୁ ଆସିସାରିଲାଣି। ଏହ ସବୁ ମଧ୍ୟରେ ଆପଣଙ୍କ ପାଇଁ ଏକ ଖୁସି ଖବର ନେଇଆସିଛୁ। ଆଜି ଆମେରିକାରେ କରୋନା ଭାଇରସ ଟୀକାର ପରୀକ୍ଷଣ ଆରମ୍ଭ ହେଉଛି।

coronavirus newଆମେରିକା ସରକାରଙ୍କ ଏକ ଅଧିକାରୀଙ୍କ କହିବାନୁଯାୟୀ ପରୀକ୍ଷଣ ପୂର୍ବରୁ ସୋମବାରକୁ ପ୍ରୟୋଗିକ ଟୀକା ଦିଆଯିବ। ପରୀକ୍ଷଣ ବିଷୟରେ ସାର୍ବଜନିକ ଭାବରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଏହି ପରୀକ୍ଷଣ ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାନ (ଏନଆଇଏଚ) ଆର୍ଥିକ ସହଯୋଗ କରୁଛି। ଏହା ସିଏଟଲରେ ’କ୍ୟାନ୍ସର ପରମାନେଣ୍ଟ ଓ୍ଵାସିଂଗଟନ ହେଲ୍ଥ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌’ରେ ହେବ।

coronavirusଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁଯାୟୀ କୌଣସି ବି ସମ୍ଭାବିତ ଟୀକାକୁ ଗୋଟେ ବର୍ଷରୁ ୧୮ ମାସ ପର୍ଯ୍ୟନ୍ତ ସମୟ ଲାଗିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କୋଭିଡ ୧୯ ପାଇଁ ବଢ଼ୁଥିବା ମାମଲାକୁ ଦେଖି ସାରା ଦେଶରେ ଦର୍ଜନ ରିସର୍ଚ୍ଚ ସଂଗଠନ ଟୀକା ବିକସିତ କରିବା ପ୍ରଚେଷ୍ଟାରେ ଅଛନ୍ତି।

Leave A Reply

Your email address will not be published.