କରୋନା ଭାଇରସ ଯୋଗୁ ୨୧ ଦିନ ପାଇଁ ସାରା ଭାରତ ବର୍ଷକୁ ଲକଡାଉନ କରିଦିଆଯାଇଛି। ଅଧିକାଂଶ ସରକାରୀ ଓ ବେସରକାରୀ କର୍ମଚାରୀ ଏବେ ଘରୁ କାମ କରୁଛନ୍ତି। ୱର୍କ ଫ୍ରମ ହୋମ କରିବା ବେଳେ ସ୍ପିଡ ନେଟ ଆବଶ୍ୟକ ହୋଇଥାଏ। ଏହାଦ୍ୱାରା କାମ ସହଜରେ ହୋଇପାରିବ। ଯଦି ଆପଣ ବି ଘରେ ରହି କାମ କରିବା ବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆସନ୍ତୁ ଜାଣିବା ନେଟକୁ ସ୍ପିଡ଼ କରିବାର କେତେକ ସହଜ ଉପାୟ…
- ଆପଣ ପ୍ରଥମେ ନିଜ ନେଟ ସ୍ପିଡ଼ ଚେକ କରିବାକୁ speedtest ୱେବସାଇଟକୁ ଯାଇ କେତେ ବେଗରେ ନେଟ ଚାଲୁଛି ଜାଣନ୍ତୁ।
- ଏଥିରେ ଯଦି ଆପଣ ଦେଖୁଛନ୍ତି ଯେ ନେଟ ପର୍ଯ୍ୟାପ୍ତ ମିଳୁଛି କିନ୍ତୁ ଆପଣ ଠିକ ଭାବେ ବ୍ରାଉଜ କରିପାରୁନାହାନ୍ତି, ତେବେ ଆପଣଙ୍କ କମ୍ପ୍ୟୁଟର କିମ୍ବା ଲୋକାଲ ନେଟୱର୍କରେ ସମସ୍ୟା ରହିଛି। ଏହାକୁ ବି ଆପଣ ଠିକ କରିପାରିବେ।
- ଏନେଇ ଆପଣ ନିକଟସ୍ଥ ସର୍ଭିସ ପ୍ରୋଭାଇଡରଙ୍କୁ ଅଭିଯୋଗ କରନ୍ତୁ। ସମସ୍ୟା ସମାଧାନ ହୋଇଯିବ। ନଚେତ ସମ୍ପୃକ୍ତ କମ୍ପାନୀକୁ ଟ୍ୱିଟ କରି ସମସ୍ୟା ଜଣାନ୍ତୁ। ଏବେ କରୋନା ଯୋଗୁ ସବୁ କମ୍ପାନୀ ଅଭିଯୋଗ ନେଉଥିବା ଜଣାଯାଇଛି।
- ଯଦି ଆପଣ ରାଉଟର ମାଧ୍ୟମରେ ନେଟ ଚଳାଉଛି, ତେବେ ରାଉଟରକୁ ରି-ବ୍ୟୁଟ କରନ୍ତୁ। ମେନ ସୁଇଚ ବନ୍ଦ କରିବା ପରେ ୫ ସେକେଣ୍ଡ ଅପେକ୍ଷା କରନ୍ତୁ। ତା ପରେ ଅନ କରନ୍ତୁ। ଦେଖିବେ ନେଟ ସ୍ପିଡ଼ ଚାଲିବ।
- ଏହା ବ୍ୟତୀତ ଅନାବଶ୍ୟକ cache ଯୋଗୁ ମଧ୍ୟ ନେଟ ସ୍ଲୋ ହେଉଥାଇ ପାରେ। ଏହାକୁ ନିୟମିତ ଡିଲିଟ କରନ୍ତୁ।
- ସବୁବେଳେ ମନେ ରଖନ୍ତୁ ଖୋଲା ଜାଗାରେ ନେଟର ସ୍ପିଡ ବନ୍ଦ ଘର ତୁଳନାରେ ଅଧିକ ରହିଥାଏ। ଏଣୁ ସ୍ପିଡ଼ ନେଟ ପାଇଁ ସବୁବେଳେ ଉପର ଘରେ କିମ୍ୱା ଖୋଲା ଜାଗାରେ ନେଟ ବ୍ୟବହାର କରନ୍ତୁ।