“ବାହାରେ କରୋନା ଅଛି ପାପା ତମେ ଯାଅନି”, ପୋଲିସ ଅଫିସର ପିତାଙ୍କୁ କାନ୍ଦି କାନ୍ଦି ରୋକୁଛି କୁନି ପୁଅ, ଭିଡିଓ ଦେଖିଲେ ଲୁହ ସମ୍ଭାଳିପାରିବେନି

ଦେଶରେ କରୋନା ଭାଇରସର ଆତଙ୍କ ଏତେ ମାତ୍ରାରେ ବଢ଼ିଗଲାଣି ଯେ ଲୋକ ଘରୁ ବାହାରିବାକୁ ଭୟ କରୁଛନ୍ତି। ମାତ୍ର କର୍ତ୍ତବ୍ୟ କରିବାକୁ ଏବେ ବି ହଜାର ହଜାର ଡାକ୍ତର, ପୋଲିସ, ସାମ୍ବାଦିକ ଏବେ ବି ନିଜ ଜୀବନକୁ ପାଣି ଛଡ଼ାଇ ପଦାକୁ ଗୋଡ଼ କାଢ଼ୁଛନ୍ତି। ପରିବାର କଥା ଚିନ୍ତା ନ କରି ସେମାନେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି। ସେହିପରି ଜଣେ ପୋଲିସ ଅଫିସର ଡ୍ୟୁଟିକୁ ଯିବା ବେଳେ ତାଙ୍କ ପୁଅ କିଭଳି ତାଙ୍କୁ ରୋକୁଛି ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

corona outbreak

 

ଭିଡ଼ିଓରେ ଚାକିରିକୁ ଯାଉଥିବା ଜଣେ ପୋଲିସ ଅଫିସରଙ୍କୁ ତାଙ୍କ ପୁଅ ଘରୁ ବାହାରିବାକୁ ମନା କରୁଛି। ବାହାରେ କରୋନା ଅଛି ପାପା ତମେ ବାହାରକୁ ଯାଅନି ବୋଲି ଛୁଆଟି କାନ୍ଦି କାନ୍ଦି କହୁଛି। ଏହା ଶୁଣିବା ପରେ ପୋଲିସ ଜଣକ ପୁଅକୁ କୋଳେଇ ନେଇ ବୁଝାଉଥିବା ଦେଖାଯାଇଛି। ପରେ ପୁଅକୁ ସେ ତଳେ ଛାଡି ଚାକିରିକୁ ବାହାରିଯାଇଥିଲେ। ଦୁନିଆକୁ ବୁଝିନଥିବା କୁନି ଛୁଆର ଏଇ କାନ୍ଦ ହିଁ ଜଣାପଡୁଛି ତା ବାପାଙ୍କ ପାଇଁ ସେ କେତେ ଚିନ୍ତିତ। କିନ୍ତୁ କର୍ତ୍ତବ୍ୟ ପାଇଁ ଚାହିଁଲେ ବି ଘରେ ରହିପାରୁନାହାନ୍ତି ପୋଲିସ ଅଫିସର।

ଦେଖନ୍ତୁ ଭିଡିଓ:


ଜ୍ୟୋତି କପୁର ଦାସ ନାମକ ଜଣେ ଟ୍ୱିଟର ୟୁଜର ଭିଡିଓଟିକୁ ସେୟାର କରିଛନ୍ତି। ଭିଡିଓକୁ ଏବେ ଯାଏଁ ୫୦୦୦ ରୁ ଅଧିକ ଥର ଦେଖା ସରିଲାଣି। ସେହିପରି ଏଥିରେ ୫୦୦ ଜଣ ଲାଇକ କରିଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ କରୋନା ଯୋଗୁ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.