ଡାକ୍ତରଙ୍କୁ ହେଲା କରୋନା, ଏବେ ଆଇସୋଲେସନରେ ରହିବେ ରୋଗୀ ନୋଟିସ ଜାରିକଲେ ଡାକ୍ତରଖାନା କର୍ତ୍ତୃପକ୍ଷ

ସାଧାରଣତଃ ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଖାନା ଯାଇଥାନ୍ତି କିନ୍ତୁ ଯଦି ନିଜେ ଡାକ୍ତର୍ କରୋନା ପଜେଟିଭ ବାହାରନ୍ତି ତାହେଲେ କଣ ହେବ ଅନ୍ୟ ରୋଗୀଙ୍କ ଅବସ୍ଥା ।ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଏକ ଅଂଚଳରେ । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୁର୍ଣ୍ଣ ଘଟଣା ।

ସୂଚନା ଅନୁଯାୟୀ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଜଣେ ଡ଼ାକ୍ତରଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ କରାଯାଇଛି । ଏହାପରେ ଉକ୍ତ ହସ୍ପିଟାଲ ତରଫରୁ ଏକ ନୋଟିସ ଜାରି କରାଯାଇଛି । ଯେଉଁଥିରେ ଲେଖାଯାଇଛି ଯେ ଯଦି ଗତ କିଛିଦିନ ମଧ୍ୟରେ ଆପଣ ନିଜ ସ୍ଵାସ୍ଥ୍ୟ ସମସ୍ୟା ନେଇ ଏହି ଡାକ୍ତରଖାନାକୁ ଆସିଛନ୍ତି ତାହେଲେ ବର୍ତ୍ତମାନ୍ ନିଜକୁ ସମ୍ପୂର୍ଣ୍ଣ ଭାବେ ଆଇସୋଲେଟ୍ କରିଦିଅନ୍ତୁ ଏବଂ ନିଜ ପରିବାର ସହ ମିଳାମିଶା କରନ୍ତୁ ନାହିଁ । ଏହା ଏଥିପାଇଁ କାରଣ ଏହି ହସ୍ପିଟାଲର ମୁଖ୍ୟ ଡାକ୍ତର୍ କରୋନା ଦ୍ଵାରା ସଂକ୍ରମିତ । କେବଳ ସେତିକି ନୂହେଁ ଯଦି ଆପଣଙ୍କ ଠାରେ କୌଣସି ପ୍ରକାରର କରୋନା ଲକ୍ଷଣ ଦେଖାଯାଉଛି ତାହେଲେ ତୁରନ୍ତ ତଳେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ । ଉକ୍ତ ନୋଟିସରେ ଦୁଇଟି ନମ୍ଵର୍ଦି ମଧ୍ୟ ଦିଆଯାଇଛି ।

Image result for doctor corona

ତେବେ ଠିକ୍ ହୋଇଯାଇଥିବା ଲୋକମାନଙ୍କୁ ମଧ୍ୟ ଘରେ କାହାସଙ୍ଗେ ମିଳାମିଶା ଏବଂ ହାତ ମିଶାଇବା ପାଇଁ ବାରଣ କରାଯାଇଛି । ସର୍ବଦା ସତର୍କ ରହିବା ସହିତ ହାତକୁ ବାରମ୍ବାର ଧୋଇବା ପାଇଁ ଅନୁରୋଧ କରାଯାଇଛି । କାରଣ କରୋନାରୁ ଠିକ୍ ହୋଇଯାଇଥିବା ଲୋକମାନଙ୍କୁ ପୁଣିଥରେ କରୋନା ହେବାର ସମ୍ଭାବନା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.