ଜଟଣୀ ନାରୀ ଶକ୍ତି ସଙ୍ଗଠନ ପକ୍ଷରୁ ପୋଲିସ୍ ଓ ସାମ୍ବାଦିକ ମାନଙ୍କୁ ମାକ୍ସ ଓ ସାନିଟାଇଜର ପ୍ରଦାନ

ଖୋର୍ଦ୍ଧା: ସାରା ବିଶ୍ୱରେ ଏବେ କରୋନା ଭାଇରସକୁ ନେଇ ଆତଙ୍କ ଖେଳିଯାଇଛି । ଏହି ଭଳି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ସଂକ୍ରମଣକୁ ରୋକିବା ନିମନ୍ତେ ଲୋକମାନଙ୍କୁ ସଚେତନତା କରାଇବା ପାଇଁ ଡାକ୍ତର,ପୋଲିସ ଓ ସାମ୍ବାଦିକ ମାନେ ଦିନରାତି ଅହରହ ପ୍ରଚେଷ୍ଟା ଓ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି ।

police mask ସେମାନଙ୍କର ମନବଳ ବଢାଇବା ନିମନ୍ତେ ଜଟଣୀ ନାରୀ ଶକ୍ତି ସଙ୍ଗଠନ ପକ୍ଷରୁ କାର୍ଯ୍ୟରତ ଓ ଅହରହ କର୍ତବ୍ୟ କରୁଥୁବା ଜଟଣୀ କମିଶନରେଟ ପୋଲିସ,ରେଳବାଇ ପୋଲିସ ଓ ସାମ୍ବାଦିକ ମାନଙ୍କୁ ମାକ୍ସ ଓ ସାନିଟାଇଜର ପ୍ରଦାନ କରାଯାଇଥିଲା । ସଙ୍ଗଠନର ସଂପାଦିକା ନମିତା ପାଲ ଓ କର୍ମକତା ମାନେ ମିଶି ଏହାକୁ ସଂପାଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.