ଝିଅ ସମିଶାର ତୃତୀୟ ଫଟୋ ସେୟାର କଲେ ଶିଳ୍ପା ସେଟ୍ଟୀ, କହିଲେ ‘ଲକ ଡାଉନ’ କାରଣରୁ କରି ପାରିଲେ ନାହିଁ ଏହି କାମ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଝିଅ ସମିଶାକୁ ଆଜି ୪୦ ଦିନ ପୁରିଛି । ଝିଅର ୪୦ ଦିନ ପୂର୍ତ୍ତିରେ ଶିଳ୍ପା ନିଜ ଇଂସ୍ଟଗ୍ରାମ ଆକାଉଣ୍ଟରେ ଗୋଟେ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଟିରେ ସେ ନିଜ ଝିଅକୁ କୋଳରେ ଧରିବା ସହ ପୂରା ପରିବାର ସହ ନଜର ଆସିଛନ୍ତି ।ପତି ରାଜ କୁନ୍ଦ୍ରା ଓ ପୁଅ ବିହାନ ବି ଅଛି । କିନ୍ତୁ ପୁରୁଣା ଫଟୋ ପରି ଏହି ଫୋଟୋରେ ବି ସମିଶାଙ୍କ ଚେହେରା ନଜର ଆସୁନି ।
ଏହା ବାଦ ଶିଳ୍ପା ନିଜ ପୋଷ୍ଟରେ ଲେଖିଛନ୍ତିକି, ଆଜି ସମିଶାଙ୍କ ପାଇଁ ଏକ ବିଶେଷ ଦିନ ।

silpa

ହିନ୍ଦୁ ଧର୍ମ ଅନୁସାରେ ଏହି ଦିନଟି ଉଭୟ ମା’ ଓ ଶିଶୁଙ୍କ ପାଇଁ ଖୁବ ଗୁରୁତ୍ୱ ରଖେ । ଏହି ଦିନ ମନ୍ଦିରରେ ଏକ ବିଶେଷ ପୂଜା ବିଧି କରାଯାଉଥିବା ବେଳେ ଦେଶ ବ୍ୟାପି ଲକ ଡାଉନ କାରଣରୁ ଆମେ ତାହା ପାଳନ କରି ପାରିଲୁ ନାହିଁ । ଏହି ଶିଶୁକୁ ଆଶୀର୍ବାଦ ଦେବା ପାଇଁ ପ୍ରଥମ ଥର ମନ୍ଦିର ନେବା ବିଧି ଅଛି । କିନ୍ତୁ ଏବେକା ପରିସ୍ଥିତିରେ ବାହାରକୁ ବାହାରି ହେଉନଥିବାରୁ ଆମେ ନିଜ ଘର ମନ୍ଦିରରେ ହିଁ ଏହି ବିଧି ପାଳନ କରିଛୁ ।

କହି ରଖିବା ଉଚିତକି, ସରୋଗାସି ତରିକରେ ଗତ ଫେବୃଆରୀ ମାସ ୧୫ ତାରିଖରେ ଦ୍ଵିତୀୟ ଥର ପାଇଁ ମା’ ହୋଇଛନ୍ତି । ଫେବୃଆରୀ ୨୧ ତାରିଖରେ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟ ଜରିଆରେ ସେ ନିଜ ଫ୍ୟାନ୍ସ ମାନଙ୍କୁ ଏହି ସୂଚନା ଦେଇଥିଲେ । ଏଯାବତ ଶିଳ୍ପା ତିନିଟି ଫଟୋ ସେୟାର କରିଥିବା ବେଳେ ସବୁଥିରେ କେବଳ ସମିଶାଙ୍କ ହାତ ହିଁ ନଜର ଆସିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.