କରୋନାକୁ ନେଇ ମିଛ ଖବର ସେୟାର କଲେ, ପୋଲିସ୍‌ ଠୁଙ୍କି ଦେଲା ଜେଲ୍‌ରେ

ଲକ୍ଷ୍ନୌ : କରୋନା ମୃତ୍ୟୁକୁ ନେଇ ମିଛ ଖବର ପ୍ରଚାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶରେ ପୋଲିସ୍‌ ଗିରଫ କରିଛି । ଏଆଇଏମ୍‌ଆଇଏମ୍‌ର ଜିଲ୍ଲା ସଭାପତି ମାସୁଦ ଆଲମ ସୋସିଆଲ ମିଡିଆରେ ଏହି ଖବର ଦେଇଥିଲେ । ପରେ ତାଙ୍କୁ ପୋଲିସ୍‌ ଗାଜିଆର ଜାହାଙ୍ଗିରାବାଦ ଅନ୍ତର୍ଗତ ନୈନିରୁ ଗିରଫ କରିଥିଲା । ମାସୁଦ ସୋସିଆଲ ମିଡିଆରେ ଲେଖିଥିଲେ ଯେ ସରକାର ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଲୁଚାଉଛି । ଏପର୍ଯ୍ୟନ୍ତ ଦେଶରେ ୫୦ ହଜାର ଲୋକ କରୋନାରେ ମରି ସାରିଲେଣି ବୋଲି ସେ ଲେଖିଥିଲେ । ତାଙ୍କ ନାଁରେ ଏତଲା ଦେଇ ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.