ଲକ୍ ଡାଉନ୍ ସମୟରେ ରାସ୍ତା ଉପରେ ମହିଳାଙ୍କ ଉନ୍ମତ୍ତକାଣ୍ଡ, କାହିଁକି ଆସିଛ ପଚାରିବାରୁ ପୋଲିସ୍ ବାବୁଙ୍କ ସହିତ କଲେ ଏମିତି କାମ

କରୋନାଭାଇରସ୍ ଉପରେ ଜାତୀୟ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଦେଶରେ ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ କ୍ରୟ କରିବାର ସୁଯୋଗ ଦେଇଛନ୍ତି ସରକାର । କିନ୍ତୁ ବିନା କାରଣରେ ଘରୁ ବାହାରିବା ଉପରେ କଠୋର କାର୍ଯ୍ଯନୁଷ୍ଠାନ ଗ୍ରହଣ କରୁଛି ପୋଲିସ୍ । ଏହି ପରିପେକ୍ଷୀରେ କୋଲକାତାର ଜଣେ ମହିଳାଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ମହିଳା ଜଣଙ୍କ ଜଣେ ପୋଲିସ କର୍ମଚାରୀଙ୍କୁ କାମୁଡି ଦେଇଥିବା ଖବର ସାମ୍ନାକୁ ଆସିଛି ।
ଦେଖନ୍ତୁ ଭିଡିଓ:

video courtesy: The viral gossip 

ଯାହାର ଭିଜୁଆଲ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ମହିଳା ଜଣଙ୍କ ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ ମଧ୍ଯ କରୁଛନ୍ତି । ସମଗ୍ର ଦେଶରେ ତାଲା ପଡିଥିବା ବେଳେ ମହିଳା ଜଣଙ୍କ କାହିଁକି ବାହାରକୁ ଆସିଥିଲେ ସେନେଇ ପୋଲିସ୍ ପଚରାଉଚରା କରିବାକୁ ଚେଷ୍ଟା କରିଥିଲେ। ମହିଳା ଜଣଙ୍କ ପ୍ରଥମେ ଔଷଧ ଆଣିବାକୁ ଯାଉଥିବା କହିଥିଲେ । ତେବେ ପୋଲିସ୍ ତାଙ୍କୁ ପ୍ରେସକ୍ରିପସନ୍ ଦେଖାଇବାକୁ କହିବାରୁ ସେ ସେଥିରେ ବିଫଳ ହୋଇଥିଲେ। ଏହି ପଚରାଉଚରା ସମୟରେ ରାଗିଯାଇ ମହିଳା ଜଣକ ପୋଲିସ ଅଧିକାରୀଙ୍କ ଉପରେ ଚିତ୍କାର କରି କାମୁଡି ଦେଇଥିଲେ। ତେବେ ମହିଳାଙ୍କ ଏଭଳି ଅଶୋଭନୀୟ କାର୍ଯ୍ଯ ପାଇଁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.