ପୃଥିବୀର କେନ୍ଦ୍ରସ୍ଥଳ ଯାଏଁ ପହଞ୍ଚିବାକୁ ପୁଣି ଥରେ ଖନନ ଆରମ୍ଭ କରିବେ ବୈଜ୍ଞାନିକ, ଜଣାପଡ଼ିବ ସୃଷ୍ଟିର ଇତିହାସ

ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣ ସମୁଦ୍ରକୂଳରେ ବୈଜ୍ଞାନିକମାନେ ଡାଇନେସରର ଲୋପ ପାଇବାର କାରଣ ସମ୍ପର୍କରେ ଯାଞ୍ଚ ଆରମ୍ଭ କରିଛନ୍ତି। ସେମାନେ ଦକ୍ଷିଣ ପ୍ରଶାନ୍ତ ମହାସାଗର ଗର୍ଭ ଓ ପ୍ରାଚୀନ ଶଯ୍ୟାରୁ ଡାଇନୋସରଙ୍କ ବିଲୁପ୍ତ ହେବାର କାରଣ ନେଇ ରିସର୍ଚ୍ଚ କରିବେ। ଏଥିସହ ପୃଥିବୀର ତାପମାତ୍ରା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଲେ କଣ ହେବ ସେ ନେଇ ମଧ୍ୟ ସେମାନେ ଗବେଷଣା କରିବେ। ପୃଥିବୀ ଇତିହାସରୁ ଭବିଷ୍ୟତରେ କିଭଳି ପରିସ୍ଥିତି ଆସିବ ସେନେଇ ଜାଣିବାକୁ ସେମାନେ ଏହି ରିସର୍ଚ୍ଚ ଆରମ୍ଭ କରିଛନ୍ତି।

Image result for earth drilling

ଓରେଗନ ଷ୍ଟେଟ ୟୁନିଭର୍ସିଟିର ସମୁଦ୍ର ଭୂବିଜ୍ଞାନୀ ପ୍ରଫେସର ଆନ୍ଥନି କୋର୍ପସଙ୍କ କହିବାନୁସାରେ ମହାସାଗରର ଗତିବିଧି, ପୃଥିବୀର ପରିବେଶ ଓ ଜଳବାୟୁ ସମ୍ବନ୍ଧୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ମହାସାଗର ଗର୍ଭରେ ଲୁଚି ରହିଛି। ଯଦି ଆମେ ସମୁଦ୍ରଗର୍ଭକୁ ଖୋଳିବା ତେବେ ଆମକୁ ୭ କିଲୋମିଟର ମୋଟା ସାମୁଦ୍ରିକ ମାଟି ମିଳିବ। ମାତ୍ର ପୃଥିବୀ ଉପରୁ ଖୋଲିଲେ ଏହା ବହୁ ଗୁଣ ଅଧିକ ହେବ। ସମୁଦ୍ରକୁ ଖନନ କରି ବୈଜ୍ଞାନିକ ମାନେ ପୃଥିବୀର କେନ୍ଦ୍ରସ୍ଥଳ ଯାଏଁ ପହଞ୍ଚିପାରିବେ ବୋଲି ଆଶା ରଖିଛନ୍ତି। ଏଥିରୁ ସେମାନେ ପୃଥିବୀରେ ଜୀବନ ଆରମ୍ଭ, ପୃଥିବୀର ସୃଷ୍ଟି ଓ ଅନ୍ୟ ଗ୍ରହ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇପାରିବେ ।

Image result for earth drilling

ପୃଥିବୀର କେନ୍ଦ୍ର ଯାଏଁ ଖନନ କରିବା ସହ ଜଡିତ ତଥ୍ୟ:

  • ୧୯୬୧ ମସିହାରେ ପ୍ରଥମ ଥର ପାଇଁ ଆମେରିକା ପୃଥିବୀର କେନ୍ଦ୍ର ଯାଏଁ ଖୋଲିବାକୁ ଚେଷ୍ଟା କରିଥିଲା। ସେତେବେଳେ ସେମାନେ ୬୦୧ ଫୁଟ ଯାଏଁ ଖୋଲିବାରେ ସମର୍ଥ ହୋଇଥିଲେ।
  • ୨୦୧୯ ମସିହାରେ ଜାପାନ ୧୦,୬୬୨ ଫୁଟ ଯାଏଁ ଡ୍ରିଲ କରି ରେକର୍ଡ଼ ସୃଷ୍ଟି କରିଥିଲା।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.