Below header

ପୂର୍ବରୁ କେବେ ଅଲମ୍ପିକ ଘୁଞ୍ଚିଛି କି! ଜାଣନ୍ତୁ କ’ଣ କହେ ଇତିହାସ

କରୋନା ଭାଇରସର ପ୍ରଭାବ କେବଳ ସାଧାରଣ ଜୀବନ ଉପରେ ନୁହେଁ ସବୁ ବର୍ଗର ଲୋକଙ୍କ ଉପରେ ପଡିଛି। କରୋନା ଯୋଗୁ ଏବେ କ୍ରୀଡା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ କୋଭିଡ-୧୯ ଯୋଗୁ ଘୁଞ୍ଚିଛି। ଜାପାନ ପ୍ରଧାନମନ୍ତ୍ରୀ ସିନଜୋ ଆବେ ଏନେଇ ଇଣ୍ଟରନ୍ୟାସନାଲ ଅଲମ୍ପିକ କମିଟି (IOC) ସହ ଆଲୋଚନା କରି ସୂଚନା ଦେଇଛନ୍ତି।


ସୂଚନାଯୋଗ୍ୟ ଯେ ସମର ଅଲମ୍ପିକ ପାଇଁ ଟୋକିଓ ଜାତୀୟ ଷ୍ଟାଡିୟମରେ ପ୍ରାୟ ୧୦ ହଜାର କ୍ରୀଡ଼ାବିତ ଯୋଗ ଦେଇଥାନ୍ତେ। ସେହିପରି ପ୍ରାୟ ୬ ଲକ୍ଷ ଦର୍ଶକ ଏହି କ୍ରୀଡ଼ାର ମଜା ନେଇଥାନ୍ତେ। ଜୁଲାଇ ୨୪ ରୁ ଅଗଷ୍ଟ ୯ ତାରିଖ ଯାଏଁ ଏହି ଅଲମ୍ପିକ ଚାଲିଥାନ୍ତା। ମାତ୍ର କରୋନା ସ୍ଥିତିକୁ ନଜରରେ ରଖି ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଆଇସ ହକି ୱାର୍ଲଡ଼ ଚାମ୍ପିୟନ ସିପ ଓ ହର୍ଷ ରେସିଂ ୱାର୍ଲଡ଼ କପ ଇନ ଦୁବାଇକୁ ମଧ୍ୟ ଘୁଞ୍ଚାଯାଇଛି।

Image result for olympics cancelled 2020

ତେବେ ଏହା ପ୍ରଥମ ଥର ନୁହେ ପୂର୍ବରୁ ମଧ୍ୟ ଅଲମ୍ପିକ ଘୁଞ୍ଚିଛି। ୧୮୯୬ ମସିହାରୁ ଆରମ୍ଭ ହୋଇଥିବା ଅଲମ୍ପିକ ଏବେ ଯାଏଁ ୩ ଥର ଘୁଞ୍ଚିଛି। ପୂର୍ବରୁ ସବୁବେଳେ ଯୁଦ୍ଧ ପାଇଁ ଏହି କ୍ରୀଡା ମହାକୁମ୍ଭ ଘୁଞ୍ଚିଥିବା ବେଳେ ଚଳିତବର୍ଷ ପ୍ରଥମ ଥର ପାଇଁ ମହାମାରୀ ଯୋଗୁ ଏହାକୁ ସ୍ଥଗିତ କରାଯାଇଛି। ୧୯୧୬, ୧୯୪୦ ଓ ୧୯୪୪ ମସିହାରେ ଅଲମ୍ପିକ ଚମ୍ପିୟାନ ସିପ ଘୁଞ୍ଚିଥିଲା। ଆଉ ଏବେ ପୁଣିଥରେ ୨୦୨୦ରେ ଏହା ବନ୍ଦ ହେବା ଆଶଙ୍କା ପ୍ରକାଶ ପାଇଛି।

corona

୧୯୧୬ ମସିହା ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ବିଶ୍ୱ ଯୁଦ୍ଧ ପାଇଁ ଏହା ବନ୍ଦ କରାଯାଇଥିଲା। ୧୯୧୪ ରେ ଆରମ୍ଭ ହୋଇଥିବା ବିଶ୍ୱ ଯୁଦ୍ଧ ୧୯୧୬ ବେଳକୁ ସରିଯିବ ଆଶା କରି ଆୟୋଜକ ସମସ୍ତ ପ୍ରସ୍ତୁତି କରିଥିଲେ। ଦର୍ଶକଙ୍କ ପାଇଁ ୩୦ ହଜାର ସିଟ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ବର୍ଲିନ ଗେମ୍ସକୁ ରଦ୍ଦ କରିଦିଆ ଯାଇଥିଲା।

Image result for 1916 olympics cancelled

ସେହିପରି ୧୯୪୦ ମସିହାରେ ଟୋକିଓ ଓ ସାପୋରୋ ଏବଂ ଜାପାନ ମିଳିତ ଭାବେ ଅଲମ୍ପିକ ଗେମ୍ସ, ଗ୍ରୀଷ୍ମକାଳୀନ ଓ ଶୀତକାଳୀନ କ୍ରୀଡା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ୧୯୩୭ ମସିହାରେ ଜାପାନ ଓ ଚୀନ ମଧ୍ୟରେ ଯୁଦ୍ଧକାଳୀନ ପରିସ୍ଥିତି ଉପୁଜିବାରୁ ଜାପାନ ସରକାର ଅଲମ୍ପିକ ବନ୍ଦ କରିବାକୁ ଘୋଷଣା କରିଥିଲେ।

Image result for 1940 olympics cancelled

ପୁଣିଥରେ ୧୯୪୪ ମସିହାରେ ଲଣ୍ଡନରେ ଗ୍ରୀଷ୍ମକାଳୀନ ଅଲମ୍ପିକ ଓ ଇଟାଲୀର କର୍ତିନା ଡି ଆମ୍ପେଜୁରେ ଶୀତକାଳୀନ ଅଲମ୍ପିକ ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଦ୍ଵିତୀୟ ବିଶ୍ୱଯୁଦ୍ଧ ଯୋଗୁ ତାହା ବି ହୋଇପାରିନଥିଲା।

Image result for olympics cancelled 2020

ତେବେ ଏସବୁ ଘଟଣାକୁ ଦେଖିବା ପରେ ଜଣାଯାଉଛି ଯେ ଏଥରକ ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ବିଭିନ୍ନ ସମସ୍ୟା ଯୋଗୁ ଅଲମ୍ପିକ ଘୁଞ୍ଚିଛି। ମାନବ ସମାଜର ହିତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.