Below header

‘Work from home’ କାରଣରୁ ବ୍ୟସ୍ତ ହେଉଛନ୍ତିକି, ଆପଣଙ୍କୁ ସାହାଯ୍ୟ କରିବ ଏହି ସବୁ ଆପ

କରୋନା ବା କୋଭିଡ-୧୯ରୁ ବଞ୍ଚିବା ପାଇଁ ଏବେ ଦେଶ ବ୍ୟାପି ଲକ ଡାଉନ ଘୋଷଣା କରାଯାଇଛି । ଏହି କାରଣରୁ ଦେଶର ଅଧିକାଂଶ କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ Work from home ସୁବିଧା ଜାରି କରିଛନ୍ତି । କିନ୍ତୁ ଏହି କାରଣରୁ ନିଜ ନିଜ ଟିମ ସହ ଯୋଗାଯୋଗରେ ବି ଅନେକ ଅସୁବିଧା ହେଉଛି । ଏହି ସମୟରେ ଏମିତି କିଛି ଆପ ଆପଣଂକ ସହାୟତା କରିପାରେ । ଆପଣଙ୍କ କାମକୁ ସହଜ କରିପାରିବ ।
ଆଇଟି ଏକ୍ସପୋର୍ଟ ବିକାଶ ଭରଦ୍ୱାଜଙ୍କ କହିବା ଅନୁଯାୟୀ କରୋନା ଇଫେକ୍ଟ ଭିଡିଓ ଆପର ପ୍ରଫେସନାଲ ବ୍ୟବହାରକୁ ବଢ଼ାଇ ଦେଇଛି । କଲେଜ, କୋଚିଂକ୍ଲାସ ବ୍ୟତୀତ ବିଭିନ୍ନ ଅଫିସ କାମରେ ବି ଏହାର ବ୍ୟବହାର ହେଉଛି । ଆସନ୍ତୁ ଜାଣି ରଖିବେ ଏହି ଲୋକପ୍ରିୟ ଆପ ଗୁଡିକ ବିଷୟରେ :

work from home

୧. ସ୍କାଇପ ଆପ :

ଭିଡିଓ କନ୍ଫରେସିଙ୍ଗ ପାଇଁ ବିଶେଷ ଭାବେ ଏହି ଆପର ବ୍ୟବହାର କରାଯାଇଥାଏ । ଏହି ଆପଟି ଡେକ୍ସଟପ ଓ ଆଣ୍ଡ୍ରଏଡ଼ ଉଭୟ ଥିରେ ଚାଲିପାରିବ ।

୨. କ୍ଲିକ ମିଟିଂ:

ମିଟିଂ ପାଇଁ ଏହା ଏକ ପ୍ରକୃଷ୍ଟ ଆପ । ଛୋଟ ଛୋଟ ଗୃପ ମିଟିଙ୍ଗ ପାଇଁ ଏହା ଏକ ସର୍ବତ୍କୃଷ୍ଟ ଆପ ।

work

୩. ସିସ୍କୋ ୱେବ ଏକ୍ସ ମିଟିଂ:

ଏଥିରେ ଆପଣ ସେୟାରିଂ କରିବା ପାଇଁ କଲ ସେଟଅପ କରିପାରିବେ । ଏହାର ଫ୍ରି ପ୍ଲାନରେ ହ୍ୱାଇଟ ବୋର୍ଡ ବି ସାମିଲ ଅଛି ।

୪. ହୁଵାର୍ଟ୍ସ ଆପ କଲ:

ଏବେକା ସମୟରେ ବିଶ୍ୱର ଅଧିକାଂଶ ଲୋକେ ହୁଵାର୍ଟ୍ସଅପ ଆପର ବ୍ୟବହାର କରୁଛନ୍ତି । ଏହାର ବିଶେଷତା ହେଉଛିଯେ ଲୋ ଇଣ୍ଟରନେଟ ସ୍ପିଡ଼ରେ ବି ଏହା ଭଲ ଭାବେ କାମ କରିପାରେ ।

Image result for work from home

 

୫. ସଲେକ ଚାର୍ଟ:

ଏହି ଆପରେ ଆପଣଙ୍କୁ ସାଥିରେ ତିନି ତିନିଟି ଅପସନ ମିଳିପାରିବ । ଡାଇରେକ୍ଟ ମେସେଜ, ପ୍ରାଇଭେଟ ଚ୍ୟାନେଲ ସମେତ ପବ୍ଲିକ ଚ୍ୟାନେଲ ବି ଜେନେରେଟ କରି ପାରିବେ । ଏହା ସହ ୟୁଜର ମାନଙ୍କୁ କୀୱାର୍ଡ଼ ସର୍ଚ୍ଚର ଫିଚର ବି ଉପଲବ୍ଧ ହୁଏ ।ଏହି କାରଣରୁ ହିଁ ଅଫିସ କାମ ପାଇଁ ଏହା ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି ।

୬. ଗୁଗୁଲ ହାଙ୍ଗ ଆଉଟ :

ଗୁଗୁଲର ଏହା ଏକ ପୁରୁଣା, ଲୋକପ୍ରିୟ ଓ ବିଶ୍ୱାସ ଯୋଗ୍ୟ ଆପ ଫିଚର । ଯାହା ଘରୁ କାମ କରିବା ସମୟରେ ବିଶେଷ ସହାୟକ ହେବ । ଏଥିରେ ଟିମ ମେମ୍ବର ମାନେ ଗୁଗୁଲ ଡ଼କ ଓ ଗୁଗୁଲ ସିଟକୁ ସେୟାର ବି କରିପାରିବେ ।

କୁ ନେଇ ବ୍ୟସ୍ତ ହେଉଛନ୍ତିକି, ଆପଣଙ୍କୁ ସାହାଯ୍ୟ କରିବ ଏହି ସବୁ ଆପ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.