ଗଞ୍ଜାମ ଜିଲ୍ଲା ପ୍ରଶାସନର ବଢ଼ିଆ ପଦକ୍ଷେପ : ଏସ୍‌ଏଚ୍‌ଜି ସଦସ୍ୟଙ୍କ ଜରିଆରେ ଟ୍ରଲିରେ ଆଳୁ ପିଆଜ ବୋହି ଘରେ ଘରେ ପହଞ୍ଚାଉଛନ୍ତି

ବ୍ରହ୍ମପୁର (କେନ୍ୟୁଜ୍): ଆଳୁ, ପିଆଜ ପାଇବାରେ ଅସୁବିଧା ହେଉଛି ନାଁ, ତେବେ ଆଉ ଚିନ୍ତା କରନ୍ତୁନି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ଭଲ ବ୍ୟବସ୍ଥା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ଜରିଆରେ ଘରେ ଘରେ ଏହି ।ଦ୍ୟ ସାମଗ୍ରୀକୁ ଉଚିତ ମୂଲ୍ୟରେ ବିକ୍ରି କରିବାର ଉଦ୍ୟମ ଆରମ୍ଭ କରିଛନ୍ତି । ଏସ୍‌ଏଚ୍‌ଜି ଗ୍ରୁପ୍‌ ସଦସ୍ୟମାନେ ନିଜେ ଟ୍ରଲିରେ ଆଳୁ ପିଆଜ ବୋହି ନେଇ ଘରେ ଘରେ ପହଞ୍ଚିଛନ୍ତି ।

ଲକ୍ ଡାଉନକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ଓ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଛକକୁ ସିଲ୍ କରାଯାଇଛି । କାହାରିକୁ ଘରୁ ନ ବାହାରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ କେବଳ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଗ୍ରୋସରୀ ଓ ପରିବା ଦୋକାନ ଖୋଲିବା ଲାଗି ଅନୁମିତି ମିଳିଛି । ତେବେ ଏହି ଦୋକାନ ଗୁଡିକରେ ଗ୍ରାହକମାନଙ୍କୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ଦୂରତା ରକ୍ଷା କରିବା ଲାଗି କୁହାଯାଇଛି । ଏଥିପାଇଁ ସବୁ ଦୋକାନ ଆଗରେ ଗୋଲେଇ ଚିହ୍ନ ଦିଆଯିବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ବ୍ରହ୍ମପୁର ସହରରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ନେଇ ପ୍ରତ୍ୟେକ ୱାର୍ଡର ସାହି ଓ ଗଳିରେ ଆଳୁ ପିଆଜ ବିକ୍ରି କରିବା ଆରମ୍ଭ କରିଛି ବ୍ରହ୍ମପୁର ମହାନଗର ନିଗମ ।
ଲୋକେ ସୁରକ୍ଷିତ ଭାବେ ଘରେ ରହିବା ବେଳେ କିଭଳି ଆଳୁ ଓ ପିଆଜ ସମତେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇବେ ସେଥିପାଇଁ ସ୍ୱୟଂ ସହାୟିକ ଗୋଷ୍ଠୀର ସଦସ୍ୟମାନେ ନିଜେ ଠେଲା ଗାଡିରେ ଲୋକଙ୍କ ନିକଟକୁ ସାମଗ୍ରୀ ନେଇ ଉଚିତ ଦରରେ ବିକ୍ରି କରିବେ । ପ୍ରଥମ ପର୍ଯ୍ୟାୟରେ ଆଜି ବିଏମସି ପକ୍ଷରୁ ୨୦ଟି ଠେଲା ଗାଡିରେ ଆଳୁ ଓ ପିଆଜ ଲୋକଙ୍କ ଦୁଆର ନିକଟରେ ବିକ୍ରି କରାଯାଉଛି । ଏହା ସହ ବ୍ରହ୍ମପୁର ସହର ସମତେ ଗଞ୍ଜାମ ଜିଲ୍ଲାର ସମସ୍ତ ଏନଏସିରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

BMPR-3

ନିରାଶ୍ରୟଙ୍କ ପାଖରେ ପହଞ୍ଚିବ ଆହାର ପ୍ୟାକେଟ୍‌

ସେହିଭଳି ନିରାଶ୍ରୟ ଓ ଭୋକିଲା ଲୋଙ୍କୁ ଆହାର ମାଧ୍ୟମରେ ଖାଦ୍ୟ ଯୋଗାଇ ଦେବାକୁ ମୋବାଇଲ ଆହାର ଟିମ୍ କରାଯାଉଛି । ଏହି ଟିମ୍ ୫ ଟଙ୍କିଆ ମିଲ୍‌ସକୁ ପ୍ୟାକେଟ୍ କରି ବିଭିନ୍ନ ସାହି ଓ ବସ୍ତିରେ ବୁଲି ଲୋକଙ୍କୁ ଦେବେ । ଏହି କାର୍ଯ୍ୟକ୍ରମ ଆଗାମୀ ଦୁଇ ଦିନ ମଧ୍ୟରେ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ସେପଟେ ବିଏମସିର ଅନୁରୋଧ କ୍ରମେ ବିଭିନ୍ନ ସ୍ୱୟଂ ସହାୟିକ ଗୋଷ୍ଠୀ ସଦସ୍ୟମାନେ ଆଳୁ ଓ ପିଆଜକୁ ଉଚିତ୍ ମୂଲ୍ୟରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଲୋକଙ୍କୁ ଘରେ ସୁରକ୍ଷିତ ରହିବା ପାଇଁ କରୋନା ଭାଇରସ ସମ୍ପର୍କରେ ସଚେତନ ମଧ୍ୟ କରୁଛନ୍ତି ।

BMPR-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.