କରୋନା ଭୟରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଦେଲେ ବ୍ୟକ୍ତି ଏବଂ ସୁଇସାଇଡ ନୋଟରେ ପରିବାର ଲୋକଙ୍କୁ ଲେଖିଲେ..

କରୋନାର ପ୍ରଭାବ ଦିନକୁଦିନ ବଢିବାରେ ଲାଗିଛି । ସାରା ଦୁନିଆ ଏବେ ଏହି ମହାମାରୀ ପାଇଁ ଚିନ୍ତିତ । ଦେଶରେ ମଧ୍ୟ ଦିନକୁ ଦିନ ଏହାର ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ତେବେ ଏହା ମଧ୍ୟରେ କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି କେବଳ ଏହି କାରଣରୁ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି କାରଣ ତାଙ୍କୁ ଲାଗୁଥିଲା ଯେ ସେ କରୋନାରେ ପୀଡିତ ଅଛନ୍ତି ।

ତେବେ ଫାଶି ଲଗାଇବା ପୂର୍ବରୁ ବ୍ୟକ୍ତି ଜଣକ ଏକ ସୁଇସାଇଡ ନୋଟ ଛାଡି ଯାଇଛନ୍ତି । ଯେଉଁଥିରେ ସେ କରୋନା ଭାଇରସରେ ସଂକ୍ରମିତ ଥିବା କାରଣରୁ ଆତ୍ମହତ୍ୟା କରୁଛନ୍ତି ବୋଲି ଲେଖିଛନ୍ତି । ଏହାସହିତ ସେ ନିଜ ପରିବାରକୁ ମଧ୍ୟ କରୋନା ଟେଷ୍ଟ କରାଇବା ପାଇଁ ଲେଖିଛନ୍ତି ।

ସୂଚନା ଅନୁଯାୟୀ କର୍ଣ୍ଣାଟକର ଉଡୁପି ଜିଲ୍ଲାର ଏହି ବ୍ୟକ୍ତି ଜଣକ ନିଜ ଘର ଆଗରେ ଥିବା ଏକ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ପୋଲିସର କହିବା ଅନୁଯାୟୀ ବ୍ୟକ୍ତି ଜଣଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇଥିଲା ଏବଂ ତାଙ୍କୁ ଘରେ ରହିବା ପାଇଁ ମଧ୍ୟ କୁହା ଯାଇନଥିଲା । ଉକ୍ତ ବ୍ୟକ୍ତିଙ୍କ ପରିବାରରେ ତାଙ୍କର ପତ୍ନୀ ଓ ଦୁଇଜଣ ପିଲା ରହିଛନ୍ତି । ବର୍ତ୍ତମାନ ତାଙ୍କ ଶରୀରକୁ ଯାଞ୍ଚ କରାଯିବା ସହ ପୋଷ୍ଟମର୍ଟମ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏହା ମଧ୍ୟରେ ଭାରତରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୪ରେ ପହଁଞ୍ଚିଛି । ଯଦିଓ ୬୦୦ ରୁ ଉର୍ଦ୍ଧ୍ଵ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.