ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାହାରା ପାଲଟିଛନ୍ତି ଧାମରା ଥାନାର ଓଆଇସି, ହାତ ସଫା କରାଇବା ସହ ଦେଉଛନ୍ତି ଖାଦ୍ୟ

ଚାନ୍ଦବାଲି : ସାରା ରାଜ୍ୟ ଏବେ ଲକଡାଉନ୍। ଭଦ୍ରକ ଜିଲ୍ଲା ଧାମରାରେ ଲକଡାଉନ୍ କଟକଣାକୁ କଡାକଡି ପାଳନ କରାଯାଇଛି । ଦୋକାନ,ବଜାର ସବୁଠି ତାଲା । ତେବେ ତାଲା ବନ୍ଦ ସମୟରେ ଧାମରା ଥାନାରେ କାର୍ଯ୍ୟରତ ଓଆଇସିଙ୍କ ମହାନତା ଏବେ ସାରା ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତାଲା ବନ୍ଦ ସମୟରେ କେହି ଘରୁ ବାହାରକୁ ବାହାରୁ ନଥିବାବେଳେ ଧାମରା ଅଞ୍ଚଳରେ ବୁଲୁଥିବା କିଛି ମାନସିକ ଭିନ୍ନକ୍ଷମ ବ୍ଯକ୍ତିଙ୍କୁ ସେବା ଯୋଗାଇ ଦେଉଛନ୍ତି । ଯାହାର ଫଟୋ ଏବଂ ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଧାମରା ଥାନା ଓଆଇସି ଶ୍ରୀକାନ୍ତ ପତି ଉକ୍ତ ବ୍ୟକ୍ତିମାନଙ୍କୁ ହ୍ୟାଣ୍ଡ ୱାସ୍ ଦେଇ ହାତ ସଫା କରାଉଥିବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ଖାଇବା ପାଇଁ ଦେଉଛନ୍ତି । ତେବେ ଥାନା ବାବୁଙ୍କ ଏଭଳି କାର୍ଯ୍ୟକୁ ଚାରିଆଡେ ପ୍ରଶଂସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.