Below header

ହାତ ନ ଧୋଇଲେ ଗାଁକୁ ପ୍ରବେଶ ନିଷେଧ, ଗଜପତି ଜିଲ୍ଲା ବଡକତୁରୁ ଗ୍ରାମବସୀଙ୍କ କୋରନା ମୁକାବିଲା ପାଇଁ ଅଭିନବ ପ୍ରୟାସ

ଗଜପତି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ବଡକତୁରୁ ଗ୍ରାମର ଗ୍ରାମବସୀଙ୍କ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । କୋରନା ଭାଇରସକୁ ସେମାନଙ୍କ ଗ୍ରାମରୁ ଦୂରରେ ରଖିବା ପାଇଁ ଗ୍ରାମବାସୀମାନେ ଏକତ୍ରିତ ହୋଇଛନ୍ତି । ଗ୍ରାମକୁ ଗ୍ରାମବାସୀ ହୁଅନ୍ତୁ କି ଅନ୍ୟ କେହି ପ୍ରବେଶ କରିବା ପୂର୍ବରୁ ସାନିଟାଇଜରରେ ହାତ ନ ଧୋଇଲେ ପ୍ରବେଶ ନିଷେଧ କରିଛନ୍ତି ଗ୍ରାମବାସୀ।

hand washନିଜେ ହାତ ଧୋଇବା ପାଇଁ ପାଣି ଓ ନିଜ ଖର୍ଚ୍ଚରୁ ସାନିଟାଇଜର ଯୋଗାଇବା ଆରମ୍ଭ କରିଛନ୍ତି। ନିଶ୍ଚିତ ଭାବେ ଏହି ଘଡିସନ୍ଧି ମୂହୁର୍ତ୍ତରେ ଏହା ଏକ ସକରାତ୍ମକ ଖବର ଯାହା ଅନ୍ୟ ଗ୍ରାମବାସୀଙ୍କୁ ସଚେତନ କରିବ। ତେବେ ଗ୍ରାମବାସୀ ସମାଜକୁ ଏକ ବାର୍ତ୍ତା ଦେବା ପାଇଁ ନିଜେ ଭିଡିଓ କରି ଭାଇରାଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.