ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୭ ଲକ୍ଷ ୨୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ବିଶ୍ୱରେ ମାରାତ୍ମକ ସାଜିଛି ଭାଇରସ୍ କରୋନା । ବର୍ତ୍ତମାନ ପର୍ଯ୍ୟନ୍ତ ୩୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବିଶ୍ୱର ୧୯୯ଟି ଦେଶରେ ବ୍ୟାପିଛି କରୋନା । ଏଯାଏ ୭ ଲକ୍ଷ ୨୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧ ଲକ୍ଷ ୫୧ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି । ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା ଭାଇରସ୍ । ଗତକାଲି ଗୋଟିଏ ଦିନରେ ଆମେରିକାରେ ୧୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୨୫୫ ଜଣଙ୍କ ଜୀବନ ନେଇଛି ଏହି ଭାଇରସ୍ । ଆମେରିକାରେ ବର୍ତ୍ତମାନ ସୁଦ୍ଧା ୨ହଜାର ୪୭୫ ଜଣଙ୍କ ଜୀବନ ନେଲାଣି ଭାଇରସ୍ ।
ସେପଟେ ଇଟାଲୀ ଓ ସ୍ପେନ୍ର ସ୍ଥିତି ସାଂଘାତିକ । ଇଟାଲୀରେ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ସ୍ପେନ୍ରେ ୬ ହଜାରରୁ ଅଧିକ ମୃତ୍ୟୁ ମୁଖରେ ପଡି ସାରିଲେଣି । ଚୀନ୍ରେ ୯୨ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି । ସାରା ବିଶ୍ୱରେ ମାତ୍ର ୨୨ ପ୍ରତିଶତ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।