ଅଦିନିଆ ବର୍ଷା ପବନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼, ନୂଆପଡ଼ା ଖଡିଆଳ ଅଞ୍ଚଳରେ ଶହ ଶହ ଏକର ଧାନ ଫସନ ସମ୍ପୂର୍ଣ୍ଣ ନଷ୍ଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଖଡିଆଳ ଅଞ୍ଚଳରେ ଅଦିନିଆ ବର୍ଷା ଉଜାଡି ଦେଲା ଚାଷ । ବ୍ୟାପକ କ୍ଷୟକ୍ଷତି । ରବି ଧାନ ଫସଲ, ପନିପରିବା ଚାଷ ନଷ୍ଟ ହୋଇଛି । ବର୍ଷା ପବନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହୋଇଥିଲା । ଫଳରେ ଖଡିଆଳ ବ୍ଲକର ତୁକୁଲା, ବହଲପଦର, ଚାନ୍ଦଗିରି ଗାଁରେ ଶହ ଶହ ଏକର ଧାନ ଫସନ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।

vegitableଧାନ କେଣ୍ଡା ବାହାରିବା ସମୟରେ କୁଆପଥର ବର୍ଷା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସେହିପରି ନଷ୍ଟ ହୋଇଛି ଡାଲି ଜାତୀୟ ଫସଲ । ବ୍ୟାଙ୍କରୁ ଋଣ କିମ୍ବା ମହାଜନଠାରୁ ହାତ ଉଧାରି ଆଣି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ଋଣ ଛାଡ ପାଇଁ ଦାବି କରିଛନ୍ତି । ଖଡିଆଳ ତହସିଲଦାର କହିଛନ୍ତି, କ୍ଷୟକ୍ଷତିର ଆକଳନ କରିବା ପରେ ସହାୟତା ଯୋଗାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.