ପରିବାର ଠାରୁ ଅଲଗା କରୁଛି ଅଦୃଶ୍ୟ ଶତୃ କାରୋନା ! ଘର ବାହାରେ ବସି ଖାଉଥିବା ବାପାଙ୍କୁ ଦୂରରେ ଛିଡା ହୋଇ ଦେଖୁଛି ଝିଅ, ଦେଖନ୍ତୁ ଭାବବିହ୍ୱଳ ଫଟୋ

କେଉଁଠୁ ମାଡି ଆସିଲା ଅଦୃଶ୍ୟ ଶତୃ। ନେଇ ଯାଉଛି ଜୀବନ, କରିଦଉଛି ମାକୁ ପୁଅଠାରୁ ଅଲଗା, ଝିଅକୁ ବାପା ଠାରୁ ଅଲଗା। ପରିବାର ଲୋକଙ୍କ ସହିତ ମିଶାଇ ଦେଇନୁ, ପ୍ରିୟଜନଙ୍କୁ ଅଲଗା କରିଦେଲାଣି ବିଶ୍ଵରେ ତାଣ୍ଡବ କରୁଥିବା ଏହି ‘କାରୋନା’।

ଦେଶରେ କାରୋନା ଭାଇରସର ବଢୁଥିବା ପ୍ରକୋପ ସହିତ କିଛି ଭଲ ଖବର ମଧ୍ୟ ଆସିଛି। ଡାକ୍ତର ଏବଂ ନର୍ସଙ୍କ ବ୍ୟତୀତ ପୋଲିସ ବିଭାଗ କର୍ମଚାରୀ ମଧ୍ୟ ନିଜର ଡ୍ୟୁଟି ସୁଚାରୁରୂପେ ପାଳନ କରୁଥିବା ଦେଖିବାକୁ ମିଳୁଛି। ଏମିତିରେ ଇନ୍ଦୋରର ଜଣେ ପୋଲିସକର୍ମୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଯାହାକୁ ଦେଖିଲେ ଆପଣ ଭାବବିହ୍ଵଳ ହୋଇଯିବେ। କାରୋନା ଲୋକଙ୍କୁ କଣ କଣ ସବୁ ବ୍ୟଥିତ କରଉଛି, ତାହା ଆପଣ ଏ ଫଟୋରେ ଦେଖିପାରିବେ।


ଏହି ପୋଲିସକର୍ମୀ ଜଣଙ୍କ ତୁକୋଗଞ୍ଜ ଥାନାର ଟିଆଇ ନିର୍ମଳ ଶ୍ରୀବାସ୍। ଭାଇରଲ ହେଉଥିବା ଏହି ଫଟୋରେ ଆପଣ ସ୍ପଷ୍ଟ ଦେଖିପାରୁଥିବେ ଯେ ତାଙ୍କ ଝିଅ ଘରର ଦ୍ୱାରା ପାଖରେ ଛିଡା ହୋଇଛି। ଆଉ ପୋଲିସକର୍ମୀ ଜଣଙ୍କ ବାହାରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ପୋଲିସକର୍ମୀ ନିର୍ମଳ ମଧ୍ୟ ନିଜ ଝିଅକୁ ଦୂରରୁ ଦେଖୁଛନ୍ତି।

ପୋଲିସକର୍ମୀ ନିର୍ମଳଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। କେବଳ ଏତିକି ନୁହେଁ ଉତ୍ତର ପ୍ରଦେଶ ଅଯୋଧ୍ୟାର ଏସଏସପି ଆଶିଷ ତିୱାରୀ ମଧ୍ୟ ବାପା ଝିଅଙ୍କର ଏହି ଭାବପୂର୍ଣ୍ଣ ଫଟୋକୁ ଟ୍ଵିଟରରେ ସେୟାର କରିଛନ୍ତି।

doctorଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ପୂର୍ବରୁ ଗତ କିଛି ଦିନ ତଳେ ଭୋପାଳରୁ ମଧ୍ୟ ଏକ ଫଟୋ ସାମ୍ନାକୁ ଆସିଥିଲା। ଯେଉଁ ଫଟୋରେ ଦେଖିବାକୁ ମିଳିଥିଲା ଯେ କାରୋନା ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର ନିଜ ଘର ବାହାରେ ବସି ଚା ପିଉଥିବ ନଜର ଆସିଥିଲେ। ଡାକ୍ତରଙ୍କ ଏହି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥିଲା।

Leave A Reply

Your email address will not be published.